Latest Odisha News

BREAKING NEWS

ବ୍ରହ୍ମପୁରରେ ସମୂହ ବିବାହ: ଯୋଡ଼ି ହେଲେ ୫ ଦମ୍ପତ୍ତି

ବ୍ରହ୍ମପୁର: ବ୍ରହ୍ମପୁରର ସାମାଜିକ ଅନୁଷ୍ଠାନ କାହ୍ନା ଚାରିଟେବୁଲ୍‌ ଟ୍ରଷ୍ଟ ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ଏକ କଲ୍ୟାଣ ମଣ୍ଡପରେ ସମୂହ ବିବାହ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ୫ ଦମ୍ପତ୍ତିଙ୍କ ବିବାହ ଅନୁଷ୍ଠିତ ହୋଇଥିଲା ।

ଆସିକା ମାଗୁରାପଲ୍ଲୀର ଅନନ୍ତ ବେହେରାଙ୍କ ବିବାହ ପୁଷ୍ପା ବେହେରାଙ୍କ ସହ ହୋଇଥିବା ବେଳେ ବଡ଼ଗଡ଼ ଥାନା ଅନ୍ତର୍ଗତ ଆଡ଼ିବନ୍ଧ ଗ୍ରାମର ଅରୁଣ ନାଏକଙ୍କ ବିବାହ ରଶ୍ମିତା ବେହେରାଙ୍କ ସହ, ହିଂଜିଳିକାଟୁ ଅଞ୍ଚଳର ଖଗଜପତି ନାଏକଙ୍କ ବିବାହ ରିତା ନାଏକଙ୍କ ସହ, ଧରାକୋଟର ବନବାସ ନାଏକଙ୍କ ବିବାହ ସୁନୀତା ନାଏକଙ୍କ ସହ ଏବଂ ଧରାକୋଟର ବଳିଆ ନାଏକଙ୍କ ବିବାହ ସାରି ନାଏକଙ୍କ ସହ ହୋଇଥିଲା ।

ନବଦମ୍ପତ୍ତିଙ୍କୁ ବିବାହ ଉପହାର ଭାବେ ବାସନ ଷ୍ଟାଣ୍ଡ, ଷ୍ଟିଲ ହାଣ୍ଡି, କଂସା, ଶାଢ଼ୀ, ବେଡସିଟ୍‌, ଆଲମିରା, ଖଟ ସହ ଅନ୍ୟାନ୍ୟ ଗୃହ ଉପକରଣ ପ୍ରଦାନ କରାଯାଇଥିଲା । ଅତିଥି ଭାବେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇଂ.ବିବେକ ରେଡ୍ଡି, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା, କର୍ପୋରେଟର ସଞ୍ଜିତ କୁମାର ପାଣିଗ୍ରାହୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତା ଯୋଗଦେଇଥିଲେ ।

ଟ୍ରଷ୍ଟର ପ୍ରତିଷ୍ଠାତା ସଭାନେତ୍ରୀ ରଞ୍ଜନା ମିଶ୍ରଙ୍କ ସମେତ ସମସ୍ତ ସଦସ୍ୟ ଆୟୋଜନରେ ସହଯୋଗ କରିଥିଲେ । ବର ପକ୍ଷ ଏବଂ କନ୍ୟା ପକ୍ଷଙ୍କ ପାଇଁ ଭୋଜିର ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।

Leave A Reply

Your email address will not be published.