Latest Odisha News

BREAKING NEWS

ଚମକାଇ ଦେଲା ମହୁଆ-ପିନାକୀଙ୍କ ସିକ୍ରେଟ୍ ମ୍ୟାରେଜ୍….

ନୂଆଦିଲ୍ଲୀ: ୬୫ ବର୍ଷୀୟ ପିନାକୀ ମିଶ୍ର, ୫୦ ବର୍ଷୀୟ ମହୁଆ ମୋଇତ୍ର ବିବାହ ବନ୍ଧନରେ ବାନ୍ଧି ହୋଛନ୍ତି । ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମୋଇତ୍ର, ବିଜୁ ଜନତା ଦଳ ନେତା ତଥା ପୂର୍ବତନ ସାଂସଦ ପିନାକୀ ମିଶ୍ରଙ୍କୁ ତାଙ୍କର ଜୀବନସାଥୀ ଭାବେ ବାଛିଛନ୍ତି । ଦୁହେଁ ଜର୍ମାନୀରେ ସିକ୍ରେଟ୍ ବିବାହ କରିଥିବା ଖବର ସାମ୍ନାକୁ ଆସିଛି । ଉଭୟଙ୍କ ବିବାହର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କୁହାଯାଉଛି, ଦୁହେଁ ଅତି ନିକଟତର ବନ୍ଧୁ ପରିଜନଙ୍କ ମେଳରେ ଜର୍ମାନୀରେ ବିବାହ କରିଛନ୍ତି ।

‘ଦି ଟେଲିଗ୍ରାଫ’ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମହୁଆ ଏବଂ ପିନାକୀ ଜର୍ମାନୀରେ ସିକ୍ରେଟ୍ ବିବାହ କରିଛନ୍ତି । ଏହି ବିଷୟରେ ଟିଏମସି ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ । ମହୁଆ ତାଙ୍କ ରାଜନୈତିକ ଜୀବନ ସହିତ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ଖବରରେ ଅଛନ୍ତି। ନିଜର କଥା କହିବାର ଅନ୍ଦାଜ୍ ଏବଂ ସ୍ପଷ୍ଟଭାଷୀ ପାଇଁ ବେଶ୍ ବିବାଦରେ ମଧ୍ୟ ଫସିଛନ୍ତି ମହୁଆ । ମହୁଆ ପୂର୍ବରୁ ଡେନମାର୍କର ଆର୍ଥିକ ବ୍ୟବସାୟୀ ଲାର୍ସ ବ୍ରୋସେନଙ୍କ ସହିତ ସମ୍ପର୍କରେ ଥିଲେ, କିନ୍ତୁ ସେମାନଙ୍କ ବିବାହ ଅଧିକ ଦିନ ତିଷ୍ଠି ପାରିଲା ନାହିଁ, ପରେ ସେମାନଙ୍କର ଛାଡପତ୍ର ହୋଇଥିଲା ।

ବର୍ତ୍ତମାନ ସାଂସଦ ଭାବରେ ମହୁଆ ମୋଇତ୍ରଙ୍କ ଦ୍ୱିତୀୟ କାର୍ଯ୍ୟକାଳ ଚାଲିଛି । ସେ ୨୦୧୯ ଲୋକସଭା ନିର୍ବାଚନରେ ​​ପଶ୍ଚିମବଙ୍ଗର କୃଷ୍ଣ ନଗର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଥିଲେ । ସେ ବିଜେପି ପ୍ରାର୍ଥୀ କଲ୍ୟାଣ ଚୌବେଙ୍କୁ ପରାସ୍ତ କରିଥିଲେ। ମହୁଆ ଦ୍ୱିତୀୟ ଥର ପାଇଁ ଏହି ଆସନରୁ ନିର୍ବାଚିତ ହୋଇଥିଲେ। ଏଥର ସେ ବିଜେପି ପ୍ରାର୍ଥୀ ଅମ୍ରିତା ରାୟଙ୍କୁ ପରାସ୍ତ କରିଛନ୍ତି ।

ମହୁଆ ମୋଇତ୍ରାଙ୍କ ପ୍ରଥମ କାର୍ଯ୍ୟକାଳ ବେଶ୍ ବିବାଦୀୟ ଥିଲା। ତାଙ୍କ ଉପରେ ଟଙ୍କା ବିନିମୟରେ ପ୍ରଶ୍ନ ପଚାରିବାର ଅଭିଯୋଗ ହୋଇଥିଲା। ମହୁଆ ‘କ୍ୟାସ୍ ଫର୍ କ୍ୱେରୀ’ ମାମଲାରେ ଗୁରୁତର ଭାବରେ ଫସି ଯାଇଥିଲେ। ତାଙ୍କର ଲୋକସଭା ସଦସ୍ୟତା ବାତିଲ ହୋଇଥିଲା, ଯଦିଓ ମହୁଆ ସୁପ୍ରିମକୋର୍ଟରେ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ ମଧ୍ୟ କରିଥିଲେ। ମହୁଆ ତାଙ୍କ ବନ୍ଧୁ ହିରାନନ୍ଦାନୀଙ୍କ ସହ ସଂସଦ ଲଗଇନ୍ ଆଇଡି ଏବଂ ପାସୱାର୍ଡ ସେୟାର କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା।

ବେଶ୍ କିଛି ଦିନର ଚୁପ୍ପି ପରେ, ଏବେ ବିବାହ ଖବର ସହ ସମସ୍ତଙ୍କୁ ଚମକାଇ ଦେଇଛନ୍ତି ମହୁଆ । ତାହା ପୁଣି ବିଜୁ ଜନତା ଦଳ ନେତା ପିନାକୀଙ୍କ ମିଶ୍ରଙ୍କ ସହ । ତେବେ ପିନାକୀଙ୍କ ବିଷୟରେ କହିବାକୁ ଗଲେ, ସେ ବିଜେଡିରୁ ଦୁଇ ଦୁଇ ଥର ପୁରୀର ସାଂସଦ ଭାବେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ଲୋକସଭା ତଥ୍ୟ ଅନୁଯାୟୀ, ପିନାକୀଙ୍କ ପ୍ରଥମ ବିବାହ ସଙ୍ଗୀତା ମିଶ୍ରଙ୍କ ସହିତ ହୋଇଥିଲା। ପିନାକୀ ଏବଂ ସଙ୍ଗୀତାଙ୍କ ବିବାହ ୧୬ ଜାନୁଆରୀ ୧୯୮୪ରେ ହୋଇଥିଲା। ସେମାନଙ୍କ ଉଭୟଙ୍କ ଦୁଇଟି ସନ୍ତାନ ଅଛି, କିନ୍ତୁ ବର୍ତ୍ତମାନ ପିନାକୀଙ୍କ ମହୁଆଙ୍କ ସହିତ ବିବାହ ସମସ୍ତଙ୍କୁ ଚକିତ କରିଛି ।

Comments are closed.