ମାଲକାନଗିରି: ଏଥର ପଞ୍ଚାୟତ ନିର୍ବାଚନରେ ବଂଶବାଦ ରାଜନୀତି । ଦେଖିବାକୁ ମିଳିବ ଫ୍ୟାମିଲି ଫାଇଟର ରୋଚକ ଦୃଶ୍ୟ । କିଏ କାହାକୁ ପଲଟି ମାରିବ କହିବା ମୁସ୍କିଲ । ରାଜନୈତିକ ମଇଦାନରେ ପରିବାର ଯାହା ହେଉନା କାହିଁକି ଚୌକିକୁ କିନ୍ତୁ ନିଜର କରିବାକୁ ଦମ୍ ଲଗାଇ ଦେବେ ନେତା । ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି ଏମିତି କିଛି ଭିନ୍ନ ଦୃଶ୍ୟ । ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ପରିବାରରେ ମାଥିଲି ବ୍ଲକକୁ ନିଜ କବ୍ଚଜାରେ ନେବା ଲାଗି ଲାଗିପଡ଼ିଛନ୍ତି ଗୋଟିଏ ପରିବାରର ତିନି ଭାଇ । ନାୟକଗୁଡ଼ା ସମିତି ସଭ୍ୟ ପଦବୀ ଲାଗି ବିଧାୟକଙ୍କ ପୁଅ ମହେଶ ବାକା ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦି ହେଉଛନ୍ତି ବିଧାୟକଙ୍କ ପୁତୁରା ବିଷ୍ଣୁ ବାକା ଓ ମହେଶ କୁମାର ବାକା । କେବଳ ସେତିକି ନୁହେଁ ବିଧାୟକଙ୍କ ଝିଆରୀ ମଧ୍ୟ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ବିଧାୟକଙ୍କ ପୁଅ ମହେଶ ବାକା ନାୟକଗୁଡ଼ା ସମିତି ସଭ୍ୟ ପଦବୀ ଲାଗି ବିଜେଡ଼ି ସମର୍ଥନରେ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦି ଅର୍ଥାତ ବିଧାୟକଙ୍କ ପୁତୁରା କଂଗ୍ରେସର ସମର୍ଥନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ତେବେ ବିଧାୟକଙ୍କ ଅନ୍ୟଜଣେ ପୁତୁରା ତମହେଶ କୁମାର ବାକା ତାଙ୍କର ନାମାଙ୍କନ ପତ୍ର ଉଠାଇନେବେ ବୋଲି ଜଣାପଡ଼ିଛି । ଦୁଇ ଭାଇ ଅର୍ଥାତ ବିଧାୟକଙ୍କ ପୁଅ ଓ ପୁତୁରା ଭିନ୍ନ ଭିନ୍ନ ମୁଦ୍ଦା ନେଇ ମଇଦାନରେ ବାଜିମାତ କରିବାକୁ ପ୍ରୟାସ କରିବେ ।
ଏହି ପରୀପ୍ରେକ୍ଷୀରେ ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ଝିଆରୀ ଲକ୍ଷ୍ମୀପ୍ରିୟା ନାୟକ ମାଥିଲି ଜୋନ ୧ ରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଲକ୍ଷ୍ମୀପ୍ରିୟା ନାୟକ ପୂର୍ବରୁ କଂଗ୍ରେସ ଦଳରେ ଥିଲେ । ଗତ ୫ବର୍ଷ ଧରି ସେ ମାଥିଲି ବ୍ଲକରେ ଚେୟାରମ୍ୟାନ ପଦବୀରେ ଥିଲେ । କେବଳ ଏତିକି ନୁହେଁ ୨୦୧୯ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳରୁ ଟିକଟ ପାଇ ନିଜ ଦାଦା ପୂର୍ଣ୍ଣଚନ୍ଦ୍ର ବାକାଙ୍କ ବିରୁଦ୍ଧରେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ଲଢି ହାରିଥିଲେ । ହେଲେ ଏବେ ସେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଛନ୍ତି ।
ଭୋଟର ଯାହାକୁ ବାଛିବେ ସିଏ ବିଜୟର ଧ୍ୱଜା ଉଡେଇବ । ଅର୍ଥାତ ଯିଏ ଜିତିଲେ ବି ମାଥିଲି ପରିବାରକୁ ନିଜ କବ୍ଚାରେ ନେବେ ବିଧାୟକଙ୍କ ପରିବାର । ତେବେ ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।
୫ ବର୍ଷରେ ଥରେ ନିର୍ବାଚନ ଆସେ । ଆଉ ଏଥିରେ ନିଜର ମନପସନ୍ଦ ପ୍ରାର୍ଥୀଟିଏ ଚୟନ କରିବା ଲାଗି ସୁଯୋଗ ପାଆନ୍ତି ଭୋଟରମାନେ । ତେବେ ଯେଉଁଠି ଚୌକି ପାଇଁ ଗୋଟିଏ ପରିବାରର ଲୋକେ ରାଜନୀତି କରନ୍ତି ସେଠାରେ ନିରିହ ସରଳ ଆଦିବାସୀ ଭୋକୁଆ ନୁହେଁ ତ ଆଉ କ’ଣ ।
Comments are closed.