Latest Odisha News

BREAKING NEWS

ବିରୋଧୀ ଦଳଙ୍କ ବିରୋଧ ସତ୍ୱେ ‘ତିନି ତଲାକ୍’ ବିଲ୍ ଲୋକସଭାରେ ପାରିତ ହେଲା

ନୂଆଦିଲ୍ଲୀ: ମୁସଲିମ ମହିଳାଙ୍କ ବୈବାହିକ ଅଧିକାର ସୁରକ୍ଷା ସମ୍ପର୍କୀତ ‘ତିନି ତଲାକ୍’ ବିଲ୍ ଲୋକସଭାରେ ପାସ୍ ହୋଇଛି । ଗୁରୁବାର ଦିନ ଲୋକସଭାରେ ବିରୋଧୀ ଦଳଙ୍କ ପ୍ରବଳ ହଟ୍ଟଗୋଳ ସହିତ ଏହି ବିଲଟିକୁ ବିରୋଧ କରାଯାଇଥିଲା । ଏହା  ସତ୍ୱେ ବିଲ୍ ଟି ଗୃହରେ ପାରିତ ହୋଇଛି ।

ଏହି ‘ତିନି ତଲାକ୍’ ବିଲ୍ ଲୋକସଭାରେ ପାରିତ ହେବାବେଳେ ସମୁଦାୟ ୩୦୩ଟି ଭୋଟ୍ ଏହି ବିଲ୍ ସପକ୍ଷରେ ରହିଥିବା ବେଳେ ତୃଣମୂଳ କଂଗ୍ରେସ ଏବଂ ଡ଼ିଏମକେ ସଦସ୍ୟମାନେ କକ୍ଷ୍ୟତ୍ୟାଗ କରିଥିବାର ଦେଖାଯାଇଥିଲା ବୋଲି ଗଣମାଧ୍ୟମରେ ପ୍ରକାଶିତ ହୋଇଛି ।

ଏହି ବିଲ୍ ବିପକ୍ଷରେ ମାତ୍ର ୩ଟି ଭୋଟ୍ ଦିଆଯାଇଥିଲା ।

ଗୃହରେ ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ ଆଗତ କରିବା ସହିତ ଆଲୋଚନା ଆରମ୍ଭ କରିଥିଲେ । ଏହି ବିଲ ଲାଗି ଅଧିକ ତର୍ଜମା ଆବଶ୍ୟକତା ରହିଥିବା ଦର୍ଶାଇ ବିରୋଧୀ କଂଗ୍ରେସ, ଡ଼ିଏମକେ ଏବଂ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ସିଲେକ୍ସନ କମିଟିକୁ ପଠାଇବାକୁ ଦାବି କରିଥିଲେ ।

ଏହି ବିଲ୍ ଭାରତୀୟ ମୁସଲିମ ମହିଳାଙ୍କୁ ଲିଙ୍ଗଗତ ସମାନତା ପ୍ରଦାନ କରିପାରିବ ।

ଗୃହରେ କଂଗ୍ରେସ ସାଂସଦ କେ ସୁରେଶ କହିଥିଲେ, ଏହା ଆପରାଧିକ ଘଟଣାକୁ ଉସୁକାଇବା ସହିତ ଉଭୟ ସରକାର ଏବଂ ପୋଲିସ ଏହାର ଦୁରୁପଯୋଗ କରିବାର ସମ୍ଭାବନା ରହିଛି । ତେଣୁ ଆମେ ଏହାକୁ ଦୃଢ ବିରୋଧ କରୁଛୁ । ଯଦି ସରକାରଙ୍କ ଏହି ଆଭିମୁଖ୍ୟକୁ ଆମେ ବିରୋଧ କରିବୁ, ବୋଲି ଏହି କଂଗ୍ରେସ ସାଂସଦ କହିଛନ୍ତି ବୋଲି ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ।

ଏହି ବିଲକୁ ନେଇ ଗୃହରେ ହୋଇଥିବା ଆଲୋଚନାରେ ଅଂଶଗ୍ରହଣ କରି ବିଜେପି ସାଂସଦ ମୁକତାର ନକଭି “ଏହା ଆମ ସମାଜରୁ ଉଚ୍ଛେଦ ହେବା ଉଚିତ,” ବୋଲି କହିଛନ୍ତି ।

ଏବେ ଚାଲିଥିବା ସଂସଦର ଏହି ଅଧିବେଶନ ଆସନ୍ତା ଅଗଷ୍ଟ ୬ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ପିଟିଆଇ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.