ଅଗରତାଲା: ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହୋଇଯାଇଛି । ଗୁରୁବାର ରାଜ୍ୟର ୬୦ଟି ବିଧାନସଭା ଆସନ ପାଇଁ ମତଦାନ ହୋଇଥିଲା । ମୋଟ ୩, ୩୩୭ ବୁଥରେ ମତଦାନ କରାଯାଇଥିବାବେଳେ ମତଦାନ ହାର ୮୧.୧ ପ୍ରତିଶତ ରହିଥିଲା । ତେବେ ୨୦୨୩ର ଏହି ପ୍ରଥମ ମତଦାନରେ ଏକ ନିଆରା କଥା ଦେଖିବାକୁ ମିଳିଛି । ପ୍ରଥମ ଥର ପାଇଁ ଏତର ବ୍ରୁ ଜନଜାତିର ଲୋକେ ମତଦାନ ସାବ୍ୟସ୍ତ କରିଛନ୍ତି ।
ଏହି ବ୍ରୁ ଜନଜାତି ସାଧାରଣତଃ ମିଜୋରାମରେ ରୁହନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ପରିବାର ମାମିତ ଏବଂ କୋଲାସିବ ଜିଲ୍ଲାରେ ରୁହନ୍ତି । ତେବେ ମିଜୋରାମ ଲୋକ ଏମାନଙ୍କୁ ବାହାର ଇଲାକାର ବୋଲି ଭାବୁଥିଲେ । ୧୯୯୫ ଆରମ୍ଭରେ ବ୍ରୁ ରିଆଙ୍ଗ ଏବଂ ବହୁ ସଂଖ୍ୟକ ମିଜୋ ସମୁଦାୟ ମଧ୍ୟରେ ମନାନ୍ତର ସୃଷ୍ଟି ହୋଇଥିଲା । ୧୯୯୬ରେ ଏହା ଦଙ୍ଗା ରୂପ ନେଇଥିଲା । ୧୯୯୭ରେ ଏହି ଜନଜାତିର ହଜାର ହଜାର ଲୋକ ମିଜୋରାମ ଛାଡି ଚାଲି ଆସି ତ୍ରିପୁରାରେ ଆଶ୍ରୟ ନେଇଥିଲେ । ଏବେ ତ୍ରିପୁରାର ୪ଟି ଜିଲ୍ଲାରେ ପାଖାପାଖି ୭ ହଜାର ବ୍ରୁ ପରିବାର ରହୁଛନ୍ତି ଏମାନଙ୍କ ମଧ୍ୟରେ ପ୍ରାୟ ୧୪ ହଜାର ଭୋଟର ଅଛନ୍ତି ।
୍ଣହଲେ ସେମାନଙ୍କର ମତଦାନ ଅଧିକାରନ ଥିଲା । ୨୬ ବର୍ଷ ଧରି ସଂଘର୍ଷ କରିବା ପରେ ସେମାନଙ୍କୁ ମତଦାନ ଅଧିକାର ମିଳିଛି । ଗତକାଳି ମତଦାନ କଲାବେଳେ ଏହି ଜନଜାତି ଲୋକମାନେ ବେଶ ଉତ୍ସାହିତ ଥିଲେ । ବହୁ ସଂଖ୍ୟକ ବ୍ରୁ ଜନଜାତି ଲୋକେ ଗତକାଲି ସେମାନଙ୍କର ମତଦାନ ସାବ୍ୟସ୍ତ କରିଛନ୍ତି ।
ଯାହା ବି ହେଉ, ବ୍ରୁ ଜନଜାତି ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରି ବହୁତ ଖୁସି । ମିଜୋରାମ ବ୍ରୁ ଡିସପ୍ଲେସଡ ପିପୁଲ ଫୋରମର ମହାସଚିବ ବ୍ରୁନୋ ମାସା ଭୋଟ ଦେବା ପରେ ଭାବୁକ ହୋଇ କହିଛନ୍ତି, ଆଜି ଆମ ଖୁସିକୁ ଶବ୍ଦରେ ବୟାନ କରିପାରିବୁ ନାହିଁ । ନିଜ ଦେଶରେ ସେମାନେ ଦୀର୍ଘ ୨୬ବର୍ଷ ଧରି ଶରଣାର୍ଥୀ ପରି ରହିବା ପରେ ଆଜି ଭୋଟ ଦେଇଛୁ । ଏଥିପାଇଁ ବହୁତ କଷ୍ଟ ସହିବାକୁ ପଡିଛି । ତଥାପି ଆମେ ସଂଘର୍ଷ କରି ଆସିଛୁ ।”
BREAKING NEWS
- International Women’s Day: ୨୦ ରୁ ୬୦ ବର୍ଷ ବୟସର ମହିଳାମାନେ ଆଜି ହିଁ କରନ୍ତୁ ଏହି ଡାକ୍ତରୀ ଯାଞ୍ଚ୍…ମହିଳା ଦିବସରେ ନିଅନ୍ତୁ ନିଜ ଯତ୍ନ
- Subhadra Money: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମହିଳାଙ୍କୁ ମିଳିଲା ‘ସୁଭଦ୍ରା’ ଟଙ୍କା
- ଇଂଲଣ୍ଡ ଟିମକୁ ପ୍ରଥମେ ପଠାଇବା ନେଇ ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ ଅସନ୍ତୁଷ୍ଟ
- China condemns Middle East war: ‘ଏହା ହେବା ଉଚିତ୍ ନଥିଲା…’, ମଧ୍ୟପ୍ରାଚ୍ୟ ଯୁଦ୍ଧ ଉପରେ ଚୀନର ବଡ଼ ବୟାନ, ଚେତାବନୀ ଦେଇ କହିଲା…
- ରାଷ୍ଟ୍ରପତିଙ୍କୁ ସ୍ୱାଗତ ବେଳେ ପ୍ରୋଟୋକଲ୍ରେ ତ୍ରୁଟି: ପଶ୍ଚିମବଙ୍ଗ ମୁଖ୍ୟ ସଚିବଙ୍କୁ ରିପୋର୍ଟ ତଲବ
- ଟି୨୦ ବିଶ୍ୱକପ: ଫାଇନାଲରେ ଟିମ ଇଣ୍ଡିଆ ଅଧିନାୟକ ହୋଇଛନ୍ତି ବିଫଳ, ସୂର୍ଯ୍ୟକୁମାରଙ୍କ ଉପରେ ନଜର
- Planet is Heating Faster: ଦ୍ରୁତ ଗତିରେ ଉତ୍ତପ୍ତ ହେଉଛି ବିଶ୍ଵ, ଭାରତ ପାଇଁ ବି ବିପଦ… ୨୦୩୦ ସୁଦ୍ଧା ଭାଙ୍ଗିଯିବ 1.5°C ରେକର୍ଡ
- କାହିଁକି ‘ବନ୍ଦେ ମାତରମ୍’ ବାଜିବା ସମୟରେ ବସିରହିଥିଲେ ନାଗାଲାଣ୍ଡ ୟୁନିଭରସିଟିର ଛାତ୍ରଛାତ୍ରୀ? ଉପସ୍ଥିତ ଥିଲେ ଉପରାଷ୍ଟ୍ରପତି…
- IND vs NZ T20 World Cup 2026 final: ଏହି ୩ କାରଣ ନିର୍ଣ୍ଣୟ କରିବ T-20 ବିଶ୍ୱକପ୍ ବିଜେତା! ପୁଣି ଜଲୱା ଦେଖାଇବ ଟିମ୍ ଇଣ୍ଡିଆ?
- Mamata Hits Back After President’s Remarks: ରାଷ୍ଟ୍ରପତିଙ୍କୁ ଅସମ୍ମାନ ପ୍ରସଙ୍ଗ, ବିବାଦ ପରେ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ ମମତା, ବିଜେପିକୁ ସାଧିଲେ କଡ଼ା ନିଶାନା
Comments are closed.