Latest Odisha News

ବର୍ଜ୍ୟ ପ୍ଲାଷ୍ଟିକ ବ୍ୟବହାର କରି ତିଆରି ହେଲା ସଡ଼କ

ଅଗରତାଲା: ପରିବେଶ ପାଇଁ ପ୍ଲାଷ୍ଟିକ ବିପଦପୂର୍ଣ୍ଣ । ତଥାପି ଆମେ ଦୈନନ୍ଦିନ ଜୀବନରେ ଖୁବ୍ ପ୍ଲାଷ୍ଟିକ ବ୍ୟବହାର କରି ଏଣେତେଣେ ଫୋପାଡ଼ି ଦେଉ । ଆଉ ଯାହାକି ସହଜରେ ନଷ୍ଟ ହୁଏନାହିଁ ବରଂ ପରିବେଶ ଦୂଷିତ କରେ । ଅଦରକାରୀ ବର୍ଜ୍ୟ ପ୍ଲାଷ୍ଟିକକୁ ନେଇ ନିଆରା ପଦକ୍ଷେପ ନେଇଛି ତ୍ରିପୁରା । ପରିବେଶକୁ ପ୍ଲାଷ୍ଟିକ ମୁକ୍ତ କରିବା ଲାଗି ବର୍ଜ୍ୟ ପ୍ଲାଷ୍ଟିକ ବ୍ୟବହାର କରି ସଡ଼କ ତିଆରି କରାଯାଇଥିବା ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ କହିଛନ୍ତି ।

ପ୍ରଥମଥର ପାଇଁ ବର୍ଜ୍ୟ ପ୍ଲାଷ୍ଟିକକୁ ସଡ଼କ ତିଆରିରେ ବ୍ୟବହାର କରିଛି ତ୍ରିପୁରା । ଏନେଇ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର କହିଛନ୍ତି- ‘ବର୍ଜ୍ୟ ପ୍ଲାଷ୍ଟିକକୁ ରିସାଇକେଲ କରି ୬୮୦ ମିଟର ରାସ୍ତା ନିର୍ମାଣରେ ବ୍ୟବହାର କରାଯାଇଛି । ଏଭଳି ପଦକ୍ଷେପ ତ୍ରିପୁରାରେ ପ୍ରଥମ ଥର ନିଆଯାଇଛି । ଯାହାକି ଉଦାହରଣ ସୃଷ୍ଟି କରିବ । ବର୍ଜ୍ୟ ପ୍ଲାଷ୍ଟିକକୁ ବ୍ୟବହାର କରି ଆମେ ଜନମଙ୍ଗଳ ପ୍ରକଳ୍ପ ନିର୍ମାଣ ସହ ପରିବେଶକୁ ପ୍ଲାଷ୍ଟିକ ମୁକ୍ତ କରିପାରିବା । ବର୍ଜ୍ୟ୍ୟ ପ୍ଲାଷ୍ଟିକରୁ ୬୮୦ ମିଟର ଲମ୍ବ ମହିଳା କଲେଜ ନିକଟ ବିକେ ରୋଡ୍ ତିଆରି ହୋଇଛି ।’

ବର୍ଜ୍ୟ ପ୍ଲାଷ୍ଟିକରୁ ରାସ୍ତା ନିର୍ମାଣ ନେଇ ସ୍ଥାନୀୟ ଜିଲ୍ଲାପାଳ କହିଛନ୍ତି- ‘ଅଗରତାଲା ସ୍ମାର୍ଟସିଟି ଲିମିଟେଡ୍ ସିଟି ମିଶନରେ ଏହା ହେଉଛି । ବିକେ ରୋଡରେ ବର୍ଜ୍ୟ ପ୍ଲାଷ୍ଟିକ ସହ ପିଚୁ ମିଶାଇ ରାସ୍ତ କରାଯାଇଛି । ୬୮୦ ମିଟର ରାସ୍ତା ପାଇଁ ପ୍ରାୟ ୭୦ ଲକ୍ଷ ଟ୍ରାଏଲ ବେସିସରେ ଖର୍ଚ୍ଚ କରାଯାଇଛି । ଆଗାମୀ ଦିନରେ ବର୍ଜ୍ୟ ପ୍ଲାଷ୍ଟିକକୁ ନେଇ ଅଧିକ ରାସ୍ତା ତିଆରି କରାଯିବ ।’

ସେ ଆହୁରି କହିଛନ୍ତି- ଅଗରତାଲା ମହାନଗର ନିଗମରୁ ଦୈନିକ ୧୯ ଟନ୍ ପ୍ଲାଷ୍ଟିକ ମିଳୁଛି । ଯାହାକୁ ନେଇ ଆମେ ନୂଆ ଉପାୟ ବାହାର କରିଛୁ । ତା’ଛଡ଼ା ବର୍ଜ୍ୟ ପ୍ଲାଷ୍ଟିକ ଓ ପିଚୁ ମିଶ୍ରଣରେ ନିର୍ମିତ ରାସ୍ତା ବିଶେଷକରି ବର୍ଷା ଦିନରେ ଜଳମଗ୍ନ ହେଇ ଯାଉଥିବା ଅଞ୍ଚଳ ପାଇଁ ପ୍ରଭାବଶାଳୀ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.