Latest Odisha News

BREAKING NEWS

ପିପିଲି ଓ ଡେଲାଙ୍ଗ ଜନସାଧାରଣଙ୍କ ସହ ଆଜି କଥା ହେବେ ମୁଖ୍ୟମନ୍ତ୍ରୀ

ପୁରୀ: ପିପିଲି ଉପନିର୍ବାଚନ ପାଇଁ ଆରମ୍ଭ ହେଲାଣି ସଜବାଜ । ରାଜନୈତିକ ଦଳ ଗୋଟି ଚାଳନା ଆରମ୍ଭ କରିଛନ୍ତି । ଆଜି ଡେଲାଙ୍ଗ ଓ ପିପିଲି ଜନସାଧରଣଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନଙ୍କ ସମସ୍ୟା ଓ ସୁଖ ଦୁଃଖ ପଚାରି ବୁଝିବେ ମୁଖ୍ୟମନ୍ତ୍ରୀ । ଭିଡିଓ କନଫରେନ୍ସିଂରେ ଏହି କଥାବାର୍ତ୍ତା ହେବ । ଏଥିସହ ସ୍ଥାନୀୟ ଅଞ୍ଚଳର ବିକାଶ ନେଇ କିଛି ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ଡେଲାଙ୍ଗ ବ୍ଲକ ରେଳବାଇ ପଡ଼ିଆରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ସେଠାରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ସମାଗମ ପାଇଁ ବ୍ୟବସ୍ଥା କରାଯାଇଛି । ଆସନ୍ତା ମାର୍ଚ୍ଚ ପ୍ରଥମ ସପ୍ତାହରେ ପିପିଲି ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇପାରେ । ତାପୂର୍ବରୁ ରାଜନୈତିକ ପାଣିପାଗ ଉଷ୍ଣ ହେଲାଣି ।

Leave A Reply

Your email address will not be published.