Latest Odisha News

BREAKING NEWS

ଦ୍ୱିତୀୟ ଟେଷ୍ଟରେ ଆଘାତପ୍ରାପ୍ତ ସାମିଙ୍କ ଖେଳିବା ନେଇ ସନ୍ଦେହ

ଆଡିଲେଡ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଭାରତର ପେସ୍ ବୋଲର ଆଘାତପ୍ରାପ୍ତ ହୋଇଛନ୍ତି । ସାମି ବ୍ୟାଟିଂ କରୁଥିବା ବେଳେ ପ୍ୟାଟ କମିନ୍ସଙ୍କ ଏକ ବଲ ତାଙ୍କ ହାତରେ ବାଜିଥିଲା । ପ୍ରାରମ୍ଭିକ ଚିକିତ୍ସା ପରେ ସେ ପୁନର୍ବାର ବ୍ୟାଟିଂ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବ୍ୟାଟ ଧରିପାରି ନ ଥିଲେ । ଶେଷରେ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ପଡିଆ ଛାଡିଥିଲେ ।

ପରେ ତାଙ୍କୁ ଡାକ୍ତରଖାନା ପଠାଯାଇଛି । ସେଠାରେ ତାଙ୍କ ହାତ ସ୍କାନ କରାଯାଇଛି । ସ୍କାନ ରିପୋର୍ଟ ଆସିବା ପରେ ସେ ବକ୍ସିଂ ଡେ ଟେଷ୍ଟ ଖେଳିବେ କି ନାହିଁ ତାହା ସ୍ପଷ୍ଟ ହେବ । ତେବେ ତାଙ୍କର ଖେଳିବା ସମ୍ଭାବନା କ୍ଷୀଣ ରହିଛି । ଭାରତ ଏହି ମ୍ୟାଚରେ ଶୋଚନୀୟ ଭାବେ ପରାଜୟବରଣ କରିଛି ।

Leave A Reply

Your email address will not be published.