ହାଇଦ୍ରାବାଦ: ତେଲେଙ୍ଗାନାର ଶାସକ ଦଳ ଟିଆରଏସର ନେତା ମଦ ସହିତ ଜୀଅନ୍ତା ଗୋଟା କୁକୁଡା ଲୋକଙ୍କୁ ବାଣ୍ଟିଛନ୍ତି। ରାଜନାଲା ଶ୍ରୀହରି ମଦ ବୋତଲ ଏବଂ ଚିକେନ୍ ଲୋକଙ୍କୁ ବାଣ୍ଟୁଥିବାର ନଜିର ଆସିଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ରାଜନାଲା ଶ୍ରୀହରି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଏବଂ ଦଳର ନେତା କେ.ଟି ରାମା ରାଓଙ୍କ କଟଆଉଟ ପାଖରେ ଛିଡା ହୋଇଥିବା ଦେଖିବାକୁ ମିଳିଛି।
ୱାରଙ୍ଗାଲରେ ଲୋକମାନେ ଲମ୍ବା ଧାଡିରେ ଛିଡା ହୋଇଛନ୍ତି। ରାଜନାଲା ଶ୍ରୀହରି ମଦ ବୋତଲ ଏବଂ ଜୀବନ୍ତ କୁକୁଡା ଲୋକଙ୍କୁ ବାଣ୍ଟୁଥିବା ଦେଖିବାକୁ ମିଳିଛି। ୨୦୦ଟି ମଦ ବୋତଲ ଏବଂ ୨୦୦ଟି କୁକୁଡ଼ା ବଣ୍ଟାଯାଇଥିବା ସୂଚନା ରହିଛି।
ଟିଆରଏସକୁ ଜାତୀୟ ଦଳ ଭାବେ ଗଢିବାକୁ ମୁଖ୍ୟମନ୍ତ୍ରୀ କେସିଆର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଦଳର ନାମ ମଧ୍ୟ ଏହାକୁ ନଜରରେ ରଖି ପରିବର୍ତ୍ତନ ହୋଇପାରେ। ଅନ୍ଯପଟେ ଅକ୍ଟୋବର ୫ରେ ତେଲେଙ୍ଗାନା ଭବନରେ ଟିଆରଏସ ଏକ ସାଧାରଣ ସଭା କରିବାକୁ ଯାଉଛି। ଏହି ବୈଠକରେ କଣ ଆଲୋଚନା ହେବ ତାହା ସୂଚନା ମିଳିନାହିଁ। କିନ୍ତୁ ଟିଆରଏସ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଏହି ବୈଠକରେ କିଛି ବଡ ଘୋଷଣା କରିବାକୁ ଯୋଜନା କରିଛି। ଏମିତିକି ଦଳ ଜାତୀୟ ଦଳ ଭାବେ ପତିଆରା ଜାହିର କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ବୋଲି କେସିଆର ଘୋଷଣା କରିପାରନ୍ତି। ପୂର୍ବରୁ ମୁଖ୍ୟମନ୍ତ୍ରୀ କେସିଆର ମଧ୍ୟ ଏହି ବୈଠକ ହେବ ବୋଲି ସୂଚନା ଦେଇଥିଲେ। ଆଉ ବୈଠକ ଠିକ୍ ୧୧ଟାରେ ଆରମ୍ଭ ହେବ ବୋଲି କହିଥିଲେ।
#WATCH | TRS leader Rajanala Srihari distributes liquor bottles and chicken to locals ahead of Telangana CM KC Rao launching a national party tomorrow, in Warangal pic.twitter.com/4tfUsPgfNU
— ANI (@ANI) October 4, 2022
ଉଲ୍ଲେଖଯୋଗ୍ୟ, ଆଗକୁ ମୁନୁଗୋଡେ ବିଧାନସଭା ଆସନରେ ଉପ-ନିର୍ବାଚନ ହେବାକୁ ଯାଉଛି। ଗତକାଲି ଏ ନେଇ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। କଂଗ୍ରେସ ବିଧାୟକ ଇସ୍ତଫା ଦେବା ପରେ ଏହି ଆସନ ଖାଲି ପଡିଛି। ଉପ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବାରୁ ଏହି ସଭା କୌଣସି ପ୍ରଭାବ ପକାଇବ ନାହିଁ ବା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କେସିଆର କହିଛନ୍ତି।
Comments are closed.