Latest Odisha News

BREAKING NEWS

ଟୋଲ ପ୍ଲାଜା କର୍ମଚାରୀଙ୍କୁ ଟିଆରଏସ ନେତାଙ୍କ ମାଡ଼, ଭିଡ଼ିଓ ଭାଇରାଲ

ହାଇଦ୍ରାବାଦ: ଶାସକ ଦଳ ଟିଆରଏସ ନେତାଙ୍କ ଦାଦାଗିରି। ଟୋଲ ପ୍ଲାଜାରେ ଟଙ୍କା ଭରିବାକୁ ନେଇ ଗଣ୍ଡଗୋଳ। ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି (ଟିଆରଏସ) ର କର୍ମକର୍ତ୍ତା ଟୋଲ ପ୍ଲାଜାର ଜଣେ କର୍ମଚାରୀଙ୍କୁ ମାଡ ମାରିଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କୁହାଯାଉଛି ଯେ ଟିଆରଏସ ନେତା ତଥା ନାସରୁଲାବାଦ ସରପଞ୍ଚ ପ୍ରଣିଲ ଚାନ୍ଦଙ୍କ ସମର୍ଥକମାନେ ଶାଦନଗର ଟୋଲ ପ୍ଲାଜାରେ ଥିବା କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲେ ଏବଂ ଟଙ୍କା ମାଗିବାରୁ ଟୋଲ ପ୍ଲାଜାରେ ଭଙ୍ଗାରୁଜା କରିଥିଲେ।

କୁହାଯାଉଛି ଯେ ସରପଞ୍ଚଙ୍କ ଫାଷ୍ଟ ଟ୍ୟାଗ୍ ଆକାଉଣ୍ଟରେ ଟଙ୍କା ନଥିଲା। ଯେତେବେଳେ ଟୋଲ ପ୍ଲାଜା କର୍ମଚାରୀ ତାଙ୍କୁ କାଉଣ୍ଟରରେ ଟଙ୍କା ଭରିବାକୁ କହିଥିଲେ, ଟିଆରଏସ ନେତା ଏଥିରେ ରାଗି ଯାଇଥିଲେ। ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳୁଛି ଯେ ଟୋଲ୍ ପ୍ଲାଜା କର୍ମଚାରୀ କାର ଡ୍ରାଇଭର ସହ କଥାବାର୍ତ୍ତା କରୁଛନ୍ତି, ଏହି ସମୟରେ ଡ୍ରାଇଭର ଜଣକ କାର ଆଗକୁ ନେଉଛନ୍ତି। କିଛି କ୍ଷଣ ମଧ୍ୟରେ ଟିଆରଏସ୍ ନେତା କାରରୁ ବାହାରି କର୍ମଚାରୀଙ୍କ ସହ ମାରପିଟ କରିବା ଆରମ୍ଭ କରିଦେଲେ।

ଏହି ସମ୍ପୂର୍ଣ୍ଣ ବିଷୟ ଟୋଲ ପ୍ଲାଜାରେ ଥିବା ସିସିଟିଭିରେ ରେକର୍ଡ ହୋଇଥିଲା ଏବଂ ପରେ କେହି ଜଣେ ଏହାକୁ ସୋସିଆଲ ମିଡିଆରେ ସେୟାର କରିଥିଲେ। ଭିଡିଓ ଭାଇରାଲ ହେବା ପରେ ଶମସାବାଦର ଡିସିପି କହିଛନ୍ତି ଯେ ଉଭୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ଏବଂ କାର୍ଯ୍ୟାନୁଷ୍ଠାନ ନିଆଯିବ। ସୂଚନା ଅନୁଯାୟୀ ଟୋଲ ପ୍ଲାଜାର କର୍ମଚାରୀ ଟିଆରଏସ ନେତାଙ୍କୁ ଟୋଲ ଚାର୍ଜ ଭରିବାକୁ କହିଲେ। କିନ୍ତୁ ନେତା ଟଙ୍କା ଦେବାକୁ ମନା କରିଥିଲେ। ଏହି ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା ଏବଂ ପରେ ଟିଆରଏସ ନେତା କର୍ମଚାରୀଙ୍କୁ ମାଡ଼ ମାରିବା ସହ ଟୋଲ ପ୍ଲାଜାରେ ଭଙ୍ଗାରୁଜା କରିଥିଲେ।

Leave A Reply

Your email address will not be published.