Latest Odisha News

ଭାରସାମ୍ୟ ହରାଇ ମାଡ଼ିଗଲା ଟ୍ରକ୍‌; ୨ କାଉଡ଼ିଆଙ୍କ ସମେତ ୩ ମୃତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟର ଡିମିରିଆ ଗାଁ ଛକ୧୬ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ୍ ଚଢ଼ି ଯିବାରୁ ୨ ଜଣ କାଉଡ଼ିଆଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ୨ କାଉଡିଆ ହେଲେ ବାଣପୁର ଅଞ୍ଚଳର ପାପୁ ନାହାକ ଓ ରଞ୍ଜି ନାହାକ ।

ସେହିପରି ଏହି ଦୁର୍ଘଟଣାରେ ଅନ୍ୟଜଣେ ମୃତକ ହେଲେ ଡିମିରିଆ ପଞ୍ଚାୟତ ଡଲିବାଟି ଗାଁର ଏ.ବନମାଳୀ ପାତ୍ର ।

ଖବର ମୁତାବକ, ୨ କାଉଡିଆ ପାପୁ ନାହାକ ଓ ରଞ୍ଜି ନାହାକ ଋଷିକୁଲ୍ୟା ନଦୀରୁ ପାଣି ଉଠାଇ ବାଣପୁର ଅଭିମୁଖେ ଯାଉଥିଲେ । ଏହି ସମୟରେ ଅନ୍ୟପକ୍ଷରେ ଏ. ବନମାଳି ପାତ୍ର ମଧ୍ୟ ସେହିଇଠି ଉପସ୍ଥିତ ଥିଲେ । ଟ୍ରକ୍ ଆସି ତିନି ଜଣଙ୍କ ଉପରେ ଚଢିଯାଇଥିଲା । ତେବେ ଘଟଣାସ୍ଥଳରେ ହିଁ ଦୁଇ କାଉଡିଆଙ୍କର ମୃତ୍ୟୁ ଘଟିଥିବାବେଳେ, ଏ.ବନମାଳୀ ପାତ୍ର ଙ୍କୁ ଗୁତୁର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଅନ୍ୟପଟେ ଟ୍ରକ ଟି ୩ ଜଣଙ୍କ ଉପରେ ଚଢ଼ିଯିବା ପରେ ଓଲଟିପଡିଥିଲା । ଟ୍ରକ ଡ୍ରାଇଭରକୁ ଖଲ୍ଲିକୋଟ ଥାନା ପୋଲିସ ଅଟକ ରଖି ପଚରାଉଚରା କରୁଛି । ଟ୍ରକଟି ଆନ୍ଧ୍ରପ୍ରଦେଶରୁ ଭୁବନେଶ୍ୱର ଅଭିମୁଖ୍ୟ ଯାଉଥିବା ସୂଚନା ରହିଛି ।

Comments are closed.