Latest Odisha News

BREAKING NEWS

ଟ୍ରକ ଧକ୍କାରେ ଓଲଟିଲା ପିକଅପ ଭ୍ୟାନ, ୩ ଆହତ

ବ୍ରହ୍ମପୁର: ଜାତୀୟ ରାଜପଥ ୧୬ କନିସି ଛକରେ ସୋମବାର ଏକ ଟ୍ରକ ଓ ପିକଅପ ମଧ୍ୟରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣେ କାର୍ଯ୍ୟରତ ହୋମଗାର୍ଡଙ୍କ ସହ ୩ ଜଣ ଆହତ ହୋଇଛନ୍ତି । 

ଟ୍ରକ ଧକ୍କାରେ ପିକଅପଟି ରାସ୍ତା ମଝିରେ ଓଲଟି ପଡିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଆହତଙ୍କୁ ଵ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଟ୍ରକ ଚାଳକ ଜଣକ ମଦ୍ୟପାନ କରି ଗାଡି ଚଲାଇଥିବାରୁ ଏହି ଦୁର୍ଘଟଣା ହୋଇଥିବା ଶୁଣିବାକୁ ମିଳୁଛି । ଚାଳକକୁ ଲୋକମାନେ ଅଟକ ରଖିଛନ୍ତି ।

Leave A Reply

Your email address will not be published.