Latest Odisha News

BREAKING NEWS

ବଜେଟ୍ ଘୋଷଣା ପରେ ସେୟାର ବଜାରରେ ଯୋରଦାର ବୃଦ୍ଧି

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଆଗତ କରିବା ପରେ ସେୟାର ବଜାରରେ ଯୋରଦାର ବୃଦ୍ଧି ଘଟିଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନସେକ୍ସ ୧୬୫୦ ପଏଣ୍ଟରୁ ଅଧିକ ବଢି ୪୮,୦୦୦ ପଏଣ୍ଟରେ କାରବାର କରୁଛି । ସେଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫଟି ମଧ୍ୟ ୧୪,୦୦୦ ପଏଣ୍ଟ ପାର କରିଛି ।

ବଜେଟ୍ ଘୋଷଣା ପରେ ସେନସେକ୍ସ ଓ ନିଫ୍ଟି ଦୁଇଟିରେ ଯୋରଦାର ବୃଦ୍ଧି ଦେଖିବାକୁ ମିଳିଛି । ଆତ୍ମନିର୍ଭର ଭାରତ, କରୋନା କାଳରେ ଅର୍ଥବ୍ୟବସ୍ଥାକୁ ଗତି ଦେବାର ଘୋଷଣା କାରଣରୁ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୪୫୯,୩୦ ପଏଣ୍ଟ ବୃଦ୍ଧି ଘଟିଛି । ୧୪,୦୯୩.୯୦ ପଏଣ୍ଟରେ କାରବାର କରୁଛି । ଏହିଭଳି ଭାବରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନସେକ୍ସରେ ୧୬୬୪ ପଏଣ୍ଟ ବଢି ୪୮,୦୦୪.୭୧ ପଏଣ୍ଟର ଉଚ୍ଚସ୍ତରରେ ପହଁଞ୍ଚି ଯାଇଛି । ଦୁଇଟି ସରକାରୀ ବ୍ୟାଙ୍କରେ ନିବେଶ, ଏଲଆଇସିର ଆଇପିଓ ଓ ବ୍ୟାଙ୍କ ରି-କ୍ୟାପିଟାଲାଇଜେସନ୍ ସମ୍ପର୍କିତ ବଜେଟ୍ ଘୋଷଣା ପରେ ସବୁଠାରୁ ଅଧିକ ଅଭିବୃଦ୍ଧି ଦେଖିବାକୁ ମିଳିଛି ବ୍ୟାଙ୍କିଙ୍ଗ ଓ ଆର୍ଥିକ କମ୍ପାନୀର ସେୟାରରେ ।

Leave A Reply

Your email address will not be published.