ରାଜଗାଙ୍ଗପୁର:ରାସ୍ତା ମଝିରେ ହୁତହୁତ ଜଳୁଥିଲା ଟ୍ରକ । ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଲାଇଙ୍ଗ ଠାରେ ୧୦ନଂ ରାଜ୍ୟ ରାଜପଥ ଉପରେ ଏକ ଟ୍ରକ ଜଳୁଥିଲା । ଦୀର୍ଘ ସମୟ ଧରି ଗାଡିଟି ଜଳୁଥିଲା । ଫଳରେ ଉକ୍ତ ରାସ୍ତାରେ ଗାଡ଼ି ଯାତାୟାତ ବ୍ୟାହତ ହୋଇଥିଲା।
ସୂଚନା ଅନୁଯାୟୀ, ଆଜି ଲାଇଙ୍ଗ ନିକଟସ୍ଥ ରାଜପଥ କଡରେ ଥିବା ଏକ ଘରୋଇ କମ୍ପାନୀ ନିକଟରେ ଟ୍ରକ (ସିଜି ୧୩ଏବି ୮୨୨)ର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଠିଆ ହୋଇଥିଲା। ହଠାତ ସର୍ଟ ସର୍କିଟ ଯୋଗୁଁ ଟ୍ରକରେ ନିଆଁ ଲାଗି ଯାଇଥିଲା । ଫଳରେ ଟ୍ରକଟି ହୁତହୁତ ଜଳିବାକୁ ଆରମ୍ଭ କରିଥିଲା । ଖବର ପାଇ କାଂଶବାହାଲ ପୁଲିସ ପହଞ୍ଚି ଉକ୍ତ ରାସ୍ତାରେ ଯାନବାହନ ଯାତାୟାତକୁ ନିୟନ୍ତ୍ରିତ କରିଥିଲା।
ରାଜଗାଙ୍ଗପୁରରୁ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଗାଡି ଚାଳକ ନିଆଁରୁ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଟ୍ରକଟି ଅଧିକାଂଶ ଅଂଶ ଜଳି ଯାଇଥିବା ଜଣାଯାଇଛି ।
Comments are closed.