Latest Odisha News

ଚୋରା ଚାଲାଣ ବେଳେ ଦୁଇଟି ଗୋରୁ ବୋଝେଇ ଟ୍ରକ ଜବତ, ଡ୍ରାଇଭର ଅଟକ

ସୁବର୍ଣ୍ଣପୁର: ଚୋରାଚାଲାଣ ବେଳେ ଦୁଇଟି ଗୋରୁ ବୋଝେଇ ଟ୍ରକ୍ କୁ ଅଟକାଇଲା ସୁବର୍ଣ୍ଣପୁର ଜିଲ୍ଲା ବିନିକା ପୋଲିସ । ମହାନଦୀ ପୋଲ ନିକଟ କଲେଜ ଛକ ଠାରେ ପାଟ୍ରୋଲିଂ କରୁଥିବା ସମୟରେ ରାମପୁର ପଟରୁ ଦୃତ ଗତିରେ ଆସୁଥିବା ଦୁଇଟି ଟ୍ରକକୁ ଅଟକେଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଟ୍ରକ ଦ୍ବୟ ଦ୍ରୁତ ଗତିରେ ଫେରାର ହେବାକୁ ଚେଷ୍ଟା କରିଥିଲେ l ପରେ ଦୁଇଟି ଟ୍ରକ ଏକା ସାଙ୍ଗରେ ଦୃତ ଗତିରେ ଯାଉଥିବା ପୋଲିସ ସନ୍ଦେହ କରି ପିଛା କରି ନିକଟସ୍ଥ ମହାନଦୀ ପୋଲ ନିକଟରେ ଧରିଥିଲେ l

ତଦନ୍ତ ପରେ ଜଣାପଡ଼ିଥିଲା ଯେ, ବେଆଇନ ଭାବେ ଗୋରୁ ଚୋରା ଚାଲାଣ ହେଉଥିଲା ଟ୍ରକ ନମ୍ବର WB-33-F 2152 ଓ ଆଉ ଗୋଟିଏ ଟ୍ରକ ନମ୍ବର WB-13-6423 ଗୋଟିଏ ଟ୍ରକ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ମାରିଥିବା ବେଳେ ଆଉ ଜଣକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି l

ସମୁଦାୟ ୭୦ରୁ ଅଧିକ ଗୋରୁଙ୍କୁ ନିକଟସ୍ଥ କାମଧେନୁ ଗୋ-ସେବାଶ୍ରମକୁ ନିଆଯାଇଛି l ଦୁଇଟି ଟ୍ରକରେ ଥିବା ବ୍ୟକ୍ତି ମାନେ ଫେରାଇ ମାରିଥିବା ବେଳେ ଜଣେ ଡ୍ରାଇଭରକୁ ପୋଲିସ ଧରିଛି l ଡ୍ରାଇଭରକୁ ଅଧିକ ପଚରାଉଚୁରା ପାଇଁ ଥାନାରେ ଅଟକ ରଖାଯାଇ ପୋଲିସ ତଦନ୍ତ କରୁଥିବା ଜଣାପଡିଛି ।

Comments are closed.