Latest Odisha News

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଳିଗଲା ଟ୍ରକ; ଚାଲିଗଲା ଡ୍ରାଇଭରଙ୍କ ଜୀବନ

କାମାକ୍ଷାନଗର : ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା । ଡିଭାଇଡରରେ ପିଟି ହୋଇ ଜଳିଗଲା ଟ୍ରକ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାଟି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥର ମଠକରଗୋଳା ବାଲିସାହି ନିକଟରେ ଘଟିଛି ।

ସୂଚନା ଅନୁଯାୟୀ, ଯାଜପୁର ଡୁବୁରୀ ସ୍ଥିତ ଏକ ପ୍ଲାଣ୍ଟରେ କୋଇଲା ଖାଲି କରି ତାଳଚେର ଘଣ୍ଟପଡ଼ା ଗାଁକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ପ୍ରଥମେ ରାସ୍ତା କଡରେ ଥିବା ଡିଭାଇଡରରେ ପିଟି ହୋଇଥିଲା ପରେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଟ୍ରକଟି ଜଳିବାକୁ ଲାଗିଲା। ଫଳରେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ମୃତ ଡ୍ରାଇଭର ଜଣକ ହେଲେ ଢେଙ୍କାନାଳ ସଦର ଅନ୍ତର୍ଗତ ନାଠୁଆ ଗାଁର ୨୫ ବର୍ଷୀୟ ଯୁବକ ବିଶ୍ଵଜିତ ଦେହୁରୀ ।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଜଳନ୍ତା ଟ୍ରକ ଭିତରୁ ବିଶ୍ଵଜିତଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରିଥିଲା । ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା । ଏନେଇ ଖବର ପାଇ କାମାକ୍ଷାନଗର ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଚଳାଇଛି  ।

 

Comments are closed.