ମୟୂରଭଞ୍ଜ:୨୨୦ ନମ୍ବର ଜାତୀୟ ରାଜପଥ କାଳିକାପୁର ନିକଟରେ ଅଟୋକୁ ଧକ୍କା ଦେଲା ଟ୍ରକ । ଫଳରେ ବାପ ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ମା ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ଗାନସା କିସ୍କୁ ଓ ୮ ବର୍ଷର ପୁଅ ରାମରାଜ କିସ୍କୁ । ମୃତକଙ୍କ ଘର ବଡ଼ଗାଁ ପଞ୍ଚାୟତ ଶରଧା ଗାଁରେ । ଏପଟେ ଗୁରୁତର ହୋଇଥିବା ମହିଳାଙ୍କୁ କେନ୍ଦୁଝର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
ସୂଚନାଥାଉକି,ଛୁଆକୁ କରଞ୍ଜିଆ ହସ୍ପିଟାଲରେ ଡାକ୍ତରଙ୍କୁ ଦେଖାଇ ଘରକୁ ଫେରିବା ବେଳେ ଦୁର୍ଘଟଣା ଘଟିଥିଲା । ଘରକୁ ଯିବା ବେଳେ କାଳିକାପୁର ନିକଟରେ ଅଟୋକୁ ଧକ୍କା ଦେଇଥିଲା ଟ୍ରକ । ଅଟୋରେ ବାପ, ମା ଓ ଛୁଆ ବସିଥିଲେ । ଅଟୋ ଡ୍ରାଇଭର ମଧ୍ୟ ଗୁରୁତର ହୋଇଛନ୍ତି ।