Latest Odisha News

ବସକୁ ପଛରୁ ପିଟିଲା ଟ୍ରକ୍: : ୩ ମୃତ, ୧୧ ଜଣ ଆହତ

ଖୋର୍ଦ୍ଧା: ବସକୁ ପଛରୁ ଧକ୍କା ଦେଲା ଟ୍ରକ୍ । ଦୁର୍ଘଟଣାରେ ୩ ଜଣଙ୍କର ଜୀବନ ଯାଇଛି । ଆହତ ହୋଇଛନ୍ତି ୧୧ ଜଣ । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବେଲପଡ଼ା ଛକରେ ଏହି ଦୁର୍ଘଟଣା ଘଟିଛି । ଆହତଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ମୃତକମାନେ ହେଲେ ଇ. ଲୋହିଦାସ, ଗଙ୍ଗାଧର ମହାରଣା ଓ ଅସୀତ ବେହେରା । ବ୍ରହ୍ମପୁର ଓ ଆଖପାଖ ଅଞ୍ଚଳରେ କିଛି ଯାତ୍ରୀ ଘଟଗାଁ ମାଆ ତାରିଣୀ ଦର୍ଶନ ସାରି ବସରେ ଫେରୁଥିଲା । ବସରେ ଥିଲେ ୧୯ ଜଣ ଯାତ୍ରୀ ।

ଭୋର ୩ଟା ବେଳେ ବାଲୁଗାଁ ବେଲପଡ଼ା ଛକ ନିକଟରେ ବସଟି ଛିଡା ହୋଇଥିଲା । ଏତିକିବେଳେ ପଛ ପଟରୁ ଆସି ଧକ୍କା ଦେଇଥିଲା ଟ୍ରକ୍ । ଦୁର୍ଘଟଣାସ୍ଥଳରେ ଦୁଇ ଜଣ ପ୍ରାଣ ହରାଇଥିଲେ । ବାଲୁଗାଁ ହସ୍ପିଟାଲରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.