Latest Odisha News

BREAKING NEWS

ଆଦିବାସୀ ଆବାସିକ ବାଳିକା ବିଦ୍ୟାଳୟର ୨୬ ଛାତ୍ରୀ କରୋନା ପଜିଟିଭ

ମୟୂରଭଞ୍ଜ: ସ୍କୁଲ ଖୋଲିବା ପରେ ଶିକ୍ଷାନୁଷ୍ଠାନରେ ବଢୁଛି ସଂକ୍ରମଣ । ଛାତ୍ରଛାତ୍ରୀ ସଂକ୍ରମିତ ହେଉଛନ୍ତି । ସୁନ୍ଦରଗଡ଼ ପରେ ମୟୂରଭଞ୍ଜ ଜିଲ୍ଲାରୁ ବାହାରିଛି ପଜିଟିଭ୍ କେସ୍ । ଠାକୁରମୁଣ୍ଡା ବ୍ଲକର ଚମକପୁର ଆଦିବାସୀ ଆବାସିକ ବାଳିକା ବିଦ୍ୟାଳୟର ୨୬ ଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି । ଏହାପରେ ସେମାନଙ୍କ ସ୍କୁଲ ପରିସରରେ ସଂଗରୋଧରେ ରଖାଯାଇଛି ।

ଏହି ଆବାସିକ ବିଦ୍ୟାଳୟରେ ମୋଟ ୨୫୯ ଜଣ ଛାତ୍ରୀ ରହି ପାଠ ପଢ଼ୁଛନ୍ତି । ୨୦ ଜଣ କର୍ମଚାରୀ ରହିଛନ୍ତି । ଏମାନଙ୍କ ମଧ୍ୟରୁ କିଛି ଛାତ୍ରୀ ଅସୁସ୍ଥତା ଅନୁଭବ କରିଥିଲେ । ଗୁରୁବାର ସେମାନଙ୍କର କୋଭିଡ୍ ଟେଷ୍ଟ ହୋଇଥିଲା । ସେଥିରୁ ୨୨ ଜଣ ପ୍ରଥମେ ସଂକ୍ରମିତ ହୋଇଥିଲେ । ଗତକାଲି ଆଉ ୪ ଜଣଙ୍କର ଟେଷ୍ଟ ରିପୋର୍ଟ ବାହାରିଛି ପଜିଟିଭ୍ । ସଂଗରୋଧରେ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯାଇଛି ।

Leave A Reply

Your email address will not be published.