Latest Odisha News

BREAKING NEWS

ଦେଢ଼ କୋଟି ମୂଲ୍ୟରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ, ଟ୍ରକ୍ ମାଲିକ ଗିରଫ

ଅନୁଗୁଳ:ଗଞ୍ଜେଇ ବୋଝେଇ ଟ୍ରକ୍ କୁ ଧରିଲା ପୋଲିସ । ଅନୁଗୁଳ ପୋଲିସ ଟ୍ରକରେ ଥିବା ୬୩ ବସ୍ତା ଗଞ୍ଜେଇ ଜବତ କରିଛି । ଏଥିସହ ଟ୍ରକ୍ ମାଲିକକୁ ଗିରଫ କରାଯାଇଛି । ସୂଚନାଥାଉକି, ଗଞ୍ଜେଇର ପରିମାଣ ୧୫ କ୍ଵିଣ୍ଟାଲ ୭୩ କିଲୋଗ୍ରାମ। ଆନୁମାନିକ ମୂଲ୍ୟ ଦେଢ଼ କୋଟି ଟଙ୍କାରୁ ଊର୍ଦ୍ଧ୍ବ ହେବ ।

ଖବରମୁତାବକ, ଟ୍ରକର ମାଲିକ ଯୋଜନା କରିଥିଲା ଗଞ୍ଜେଇକୁ କନ୍ଧମାଳରୁ ଆଣି ଝାଡ଼ଖଣ୍ଡ ଓ ବିହାରକୁ ପଠାଇବ ।

ଟ୍ରକ ନିଶା ଶିଳ୍ପାଞ୍ଚଳ ଥାନାର ଜେଏସପିଏଲ ଫେଜ୍-୨ ନିକଟରେ ଥିବା ସମୟରେ ଅନୁଗୁଳ ଜିଲ୍ଲା ପୋଲିସ ଖବର ପାଇଥିଲା । ଅନୁଗୁଳ ଏସପିଙ୍କ ତତ୍ତ୍ଵାବଧାନରେ ଜିଲ୍ଲା ପୋଲିସର ସ୍ପେଶାଲ୍ ସ୍କ୍ୱାଡ୍ ଓ ନିଶା ଥାନା ପୁଲିସ ମିଳିତ ଭାବେ ଚଢ଼ାଉ କରି ଟ୍ରକକୁ ଧରିଥିଲେ ।

Leave A Reply

Your email address will not be published.