Latest Odisha News

BREAKING NEWS

ମୃତ୍ୟୁଯନ୍ତା ପାଲଟିଛି ଦ୍ୱାରଶୁଣି ଘାଟି: ଟ୍ରକ ଓଲଟି ଡ୍ରାଇଭର ମୃତ, ପିଆଜ ବୋହିନେଲେ ଲୋକ

ବାରିପଦା: ମୟୂରଭଞ୍ଜ ବାଙ୍ଗିରିପୋଷି ଦ୍ୱାରଶୁଣି ଘାଟିରେ ପୁଣି ଦୁର୍ଘଟଣା । କିଛି ଦିନ ତଳେ ଏକ ଯାତ୍ରା ପାର୍ଟିର ଟ୍ରକ ଓଲଟି ୬ଜଣଙ୍କ ମୃତ୍ୟୁ ହୋଇଥିଲା । ଆଜି ଏକ ପିଆଜ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡିଛି । ଯେଉଁଥିରେ ଟ୍ରକ ଚାଳକଙ୍କର ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ, ପିଆଜ ବୋଝେଇ ଟ୍ରକଟି କୋଲକାତା ଯାଉଥିଲା। ଘାଟି ରାସ୍ତା ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତକଡ଼କୁ ଓଲଟି ପଡିଥିଲା । ବ୍ରେକ ଫେଲ ହୋଇଥିବା ଜାଣି ଚାଳକ ଟ୍ରକରୁ ଡେଇଁ ପଡିଥିଲେ।ଏହାପରେ ଚାପି ହୋଇ ଯାଇଥିଲେ। ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଲୋକ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଅନ୍ୟ ଦୁଇ ଆହତ ଚିକିତ୍ସିତ ହେଉଛନ୍ତି। ମୃତ ଡ୍ରାଇଭର ପଶ୍ଚିମବଙ୍ଗ ହଳଦିଆ ଅଂଚଳର ସଲିମ ଉଦିମ ଉଲ୍ଲା। ତେବେ ଏହି ଦୁର୍ଘଟଣା ପରେ ଟ୍ରକରୁ ପିଆଜ ବୋହିନେଇଛନ୍ତି ଲୋକ। ବାଙ୍ଗିରିପୋଷି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଜବତ କରିଛି।

Leave A Reply

Your email address will not be published.