Latest Odisha News

BREAKING NEWS

BSKY ନବୀନ କାର୍ଡ; ଫେବ୍ରୁଆରୀ ୮ଯାଏଁ ଅନଲାଇନ୍ ପଞ୍ଜିକରଣ ବୃଦ୍ଧି

ଭୁବନେଶ୍ୱର: BSKY ନବୀନ କାର୍ଡ ପଞ୍ଜୀକରଣ ଅବଧି ବୃଦ୍ଧି ପାଇଛି । ଆସନ୍ତା ଫେବ୍ରୁଆରୀ ୮ତାରିଖ ଯାଏଁ ଅନଲାଇନ୍ ପଞ୍ଜିକରଣ ବୃଦ୍ଧି କରାଯାଇଛି। ଏନେଇ ସ୍ୱାସ୍ଥ୍ୟ ସଚିବ ଶାଲିନୀ ପଣ୍ଡିତ ସୂଚନା ଦେଇଛନ୍ତି । ପୂର୍ବରୁ ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ବିଏସକେୱାଇ ନବୀନ କାର୍ଡ ପାଇଁ ଆବେଦନ ଅବଧି ବୃଦ୍ଧି କରାଯାଇଥିଲା। ତେବେ ଆହୁରି ଅନେକ ଲୋକ ଆବେଦନ କରିନଥିବାରୁ ପଞ୍ଜିକରଣ ଅବଧିକୁ ବୃଦ୍ଧି କରିଛନ୍ତି ସରକାର । https://bsky.odisha.gov.in/ରେ ଆବେଦନ କରିପାରିବେ ହିତାଧିକାରୀ।

ପ୍ରଥମ ପର୍ଯ୍ୟାୟରେ ସବୁ ଲୋକଙ୍କୁ, ସେମାନଙ୍କର ରୋଜଗାର ଓ ବାସସ୍ଥାନ ନିର୍ବିଶେଷରେ, ସବୁ ସରକାରୀ ଚିକିତ୍ସାଳୟରେ ସମସ୍ତ ଉପଲବ୍‌ଧ ଚିକିତ୍ସା ସୁବିଧା ସଂପୂର୍ଣ୍ଣ ମାଗଣାରେ ମିଳୁଛି । ଦ୍ବିତୀୟ ପର୍ଯ୍ୟାୟରେ, ସବୁ ଖାଦ୍ୟ ସୁରକ୍ଷା ହିତାଧିକାରୀମାନଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାମ ଯୋଜନାରେ ଘରୋଇ ଚିକିତ୍ସାଳୟ ଗୁଡିକରେ ମାଗଣାରେ ଚିକିତ୍ସା ସୁବିଧା ମିଳୁଛି । ତେବେ ଏହି ତୃତୀୟ ପର୍ଯ୍ୟାୟ ସଂପ୍ରସାରଣରେ ରାଜ୍ୟର ୧କୋଟି ୧୦ଲକ୍ଷରୁ ଅଧିକ ପରିବାର , ଯାହାକି ଲୋକ ସଂଖ୍ୟାର ୯୦ପ୍ରତିଶତ ସାମିଲ ହେବେ। ପରବର୍ତ୍ତୀ ସମୟରେ ପର୍ଯ୍ୟାୟକ୍ରମେ ସହରାଞ୍ଚଳ ଲୋକ ଓ ସରାକାରୀ କର୍ମଚାରୀଙ୍କୁ ସାମିଲ କରାଯିବ।
BSKY ଯୋଜନାରେ ପ୍ରତି ମାସରେ ୪୫ ଲକ୍ଷରୁ ଅଧିକ ଲୋକ ବିଭିନ୍ନ ସରକାରୀ ସ୍ବାସ୍ଥ୍ୟ ଅନୁଷ୍ଠାନ ଗୁଡିକରେ ମାଗଣାରେ ଚିକିତ୍ସା ସୁବିଧା ପାଉଛନ୍ତି । ଏହାସହିତ ୧ ଲକ୍ଷ ୩୦ ହଜାର ଲୋକ ଘରୋଇ ହସ୍‌ପିଟାଲ ଗୁଡିକରେ କ୍ୟାସଲେସ୍‌ ଚିକିତ୍ସା ସୁବିଧା ମଧ୍ୟ ପାଉଛନ୍ତି । ଏଥିପାଇଁ ପଞ୍ଜିକୃତ ହୋଇଥିବା ଘରୋଇ ହସ୍‌ପିଟାଲ ଗୁଡିକରେ ରାଜ୍ୟ ସରକାର ମାସକୁ ୨୬୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।

Leave A Reply

Your email address will not be published.