Latest Odisha News

BREAKING NEWS

Road Accident: ୩ଟି ବାଇକ୍ ଉପରେ ମାଡ଼ିଗଲା ଟ୍ରକ୍, ଚାଲିଗଲା ୫ ଜୀବନ

ବହ୍ମପୁର: ବ୍ରହ୍ମପୁର ଗୋଶାଣୀ ନୁଆଁ ଗାଁ ଓଭର ବ୍ରିଜରେ ମର୍ମନ୍ତୁଦ ଦୁର୍ଘଟଣା । ୩ଟି ବାଇକ୍ ଉପରେ ଏକ ଟ୍ରକ ମାଡିଯିବାରୁ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଭୁଲ ରାସ୍ତାରେ ଆସି ଏକ ଟ୍ରକ ୩ଟି ମୋଟରସାକେଲକୁ ସାମ୍ନା ପଟୁ ଧକ୍କା ଦେଇ କିଛି ଦୂର ଘୋଷାଡ଼ି ନେଇଥିଲା ।

ସେହିପରି ଏହି ଦୁର୍ଘଟଣାରେ ଏକାଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ଘଟାଇବା ପରେ ଟ୍ରକ୍ ଡ୍ରାଇଭର୍ ଗାଡି ଛାଡ଼ି ଚମ୍ପଟ୍ ମାରିଥିଲା । ପୋଲିସ କାବୁ କରିବାରେ ସଫଳ ହୋଇଛି ।

ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏ ସହାୟତା ରାଶି ଘୋଷଣା କରିଛନ୍ତି । ଏହା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.