Latest Odisha News

ସତ ମାନିଲେ ଟ୍ରୁଡୋ, କାନାଡାରେ ଅଛନ୍ତି ଖଲିସ୍ତାନୀ ସମର୍ଥକ

ଓଟାବା: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଦୋମୁହାଁ ନୀତିକୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ। ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ତାଙ୍କୁ ଏବଂ ତାଙ୍କ ସରକାରଙ୍କ ବିରୋଧରେ କ୍ରମାଗତ ଭାବେ ପ୍ରଶ୍ନ ଉଠିଛି। ଏହାରି ମଧ୍ୟରେ ସେ ନିଜେ ସ୍ୱୀକାର କରିଛନ୍ତି ଯେ ଖାଲିସ୍ତାନୀମାନେ କାନାଡ଼ାରେ ଉପସ୍ଥିତ ଅଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗତ ସପ୍ତାହରେ ଓଟାବାରେ ପାର୍ଲିଆମେଣ୍ଟ ହିଲରେ ଦୀପାବଳି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଟ୍ରୁଡୋ ସାମିଲ ହୋଇଥିଲେ। ଏଠାରେ ସେ ପ୍ରବାସୀ ଭାରତୀୟ ମାନଙ୍କୁ ମଧ୍ୟ ସମ୍ବୋଧିତ କରିଥିଲେ।

ସେ କହିଥିଲେ ଯେ କାନାଡାରେ ଖଲିସ୍ତାନର ଅନେକ ସମର୍ଥକ ଅଛନ୍ତି, କିନ୍ତୁ ସେମାନେ ଶିଖ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରନ୍ତି ନାହିଁ। ଏଠାରେ ହିଂସା, ଅସହିଷ୍ଣୁତା କିମ୍ବା ଧମକଚମକ ପାଇଁ କୌଣସି ସ୍ଥାନ ନାହିଁ। ଆମେ ସେପରି ନୁହଁ।

Comments are closed.