Latest Odisha News

BREAKING NEWS

ଶେଷରେ ସ୍ୱଦେଶ ଫେରିଲେ କାନାଡ଼ା ପ୍ରଧାନମନ୍ତ୍ରୀ, ଦୀର୍ଘ ୩୬ ଘଣ୍ଟା ଧରି ଭାରତରେ ଅଟକି ରହିଥିଲେ ଟ୍ରୁଡୋ

ନୂଆଦିଲ୍ଲୀ: ଦୀର୍ଘ ୩୬ ଘଣ୍ଟା ଧରି ହଟହଟା ହେବା ପରେ ଶେଷରେ ସ୍ୱଦେଶ ଫେରିଲେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ। ଜି-୨୦ ଶୀଖର ସମ୍ମିଳନୀରେ ଯୋଗଦେବା ପାଇଁ ୮ ତାରିଖରେ ନୂଆଦିଲ୍ଲୀକୁ ଆସିଥିବା ଟ୍ରୁଡୋ ରବିବାର କାନାଡ଼ା ଫେରିବା କାର୍ଯ୍ୟକ୍ରମ ଥିଲା। ହେଲେ ତାଙ୍କ ବିମାନରେ ଯାନ୍ତ୍ରୀକ ତ୍ରୁଟି ଦେଖାଯାଇଥିବା ପାଇଲଟ କହିଥିଲେ। ଫଳରେ ସେ ତାଙ୍କ ପ୍ରତିନିଧୀଙ୍କ ସହ ଭାରତରେ ଅଟକିଥିଲେ।

ଜଷ୍ଟିନ ଟ୍ରୁଡୋଙ୍କ ବିମାନ ଦୁଇ ଦିନ ଧରି ରହିବା ପରେ ଦିଲ୍ଲୀରୁ ଆଜି ଦିନ ୧ ସମୟରେ ଉଡାଣ ଭରିଛି। ଟ୍ରୁଡୋ ଯେଉଁ ବିମାନରେ ଦିଲ୍ଲୀ ଆସିଥିଲେ ସେହି ବିମାନ ରବିବାର ରାତିରେ ଉଡ଼ାଣ ଭରିବା ସମୟରେ ତୃଟି ଦେଖାଦେଇଥିଲା। ସେବେଠାରୁ ବିମାନର ତୃଟିକୁ ସଜଡ଼ା ଯାଇପାରିନଥିଲା। ଆଉ ଏକ ବିକଳ୍ପ ବିମାନ ଭାରତରେ ପହଞ୍ଚିବାର ଥିଲା। କିନ୍ତୁ ତାହା ପହଞ୍ଚିଲା ନାହିଁ। ଫଳରେ ଯେଉଁ ବିମାନରେ ବୈଷୟିକ ତୃଟି ଥିଲା ତାହା ସଜାଡିବା ପରେ ଟ୍ରୁଡ଼ୋ କାନାଡା ପ୍ରତ୍ୟାବର୍ତ୍ତନ କରିଛନ୍ତି।

Leave A Reply

Your email address will not be published.