Latest Odisha News

ୱେଲେଲାଗେଙ୍କ ବୋଲିଂରେ ଟିମ ଇଣ୍ଡିଆ ଧରାଶାୟୀ

କଲମ୍ବୋ: ଚଳିତ ଏସିଆ କପ କ୍ରିକେଟ ସୁପର ୪ର ଏକ ମୁକାବିଲାରେ ଭାରତ ୨୧୪ ରନର ବିଜୟ ଲକ୍ଷ୍ୟ ଶ୍ରୀଲଙ୍କା ସମ୍ମୁଖରେ ରଖିଛି । ୨୦ ବର୍ଷୀୟ ଯୁବ ସ୍ପିନର ଦୁନିଥ ୱେଲେଲାଗେଙ୍କ ସ୍ପିନର ଉଚିତ ମୁକାବିଲା ଭାରତୀୟ ବ୍ୟାଟ୍ସମ୍ୟାନମାନେ କରିପାରି ନ ଥିଲେ । ପ୍ରଥମେ ବ୍ୟାଟିଂ କରି ଭାରତ ସତର୍କତା ସହକାରେ ଆରମ୍ଭ କରିଥିଲା । ରୋହିତ ଶର୍ମା ୫୩ ରନର ଆକର୍ଷଣୀୟ ଇନିଂସ ଖେଳିଥିବା ବେଳେ ଶୁଭମନ ଗିଲ ୧୯ ଓ ବିରାଟ କୋହଲି ୩ ରନ କରି ପ୍ୟାଭିଲିୟନ ଫେରି ଯାଇଥିଲେ । ଈଶାନ କିଶାନ ୩୩ ଓ ଲୋକେଶ ରାହୁଲ ୩୯ ରନ କରି କିଛିଟା ସଂଘର୍ଷ କରିବା ଫଳରେ ଭାରତ ଏକ ଆଭରେଜ ସ୍କୋର କରିପାରିଥିଲା । ଶେଷ ଭାଗରେ ଅକ୍ଷର ପଟେଲ ୨୬ ରନର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ ।

ୱେଲେଲାଗେ ୫ଟି ଓ ଚାରିଥ ଅସଲଙ୍କା ୪ଟି ୱିକେଟ ଅକ୍ତିଆର କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସେ ଭଳି ଆଖି ଦୃଶିଆ ପ୍ରଦର୍ଶନ କରିପାରି ନ ଥିଲେ । ଭାରତ ଏହି ମ୍ୟାଚରେ ବିଜୟ ହାସଲ କରି ସହଜରେ ଫାଇନାଲ ପ୍ରବେଶ ଲକ୍ଷ୍ୟରେ ରହିଛି । ଶ୍ରୀଲଙ୍କା ଏହି ମ୍ୟାଚରେ ଜିତିଲେ ପାକିସ୍ତାନର ଚିନ୍ତା ବଢ଼ିଯିବ ।

Leave A Reply

Your email address will not be published.