Trump threatens: ମଙ୍ଗଳବାର ପାୱାର ପ୍ଲାଣ୍ଟ ଧ୍ୱଂସ ହୋଇଯିବ… ଇରାନ ହୋର୍ମୁଜ୍ ଯଦି ନ ଖୋଲେ;ଇରାନକୁ ଟ୍ରମ୍ପ୍ଙ୍କ ଅଶାଳୀନ ଗାଳି
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନକୁ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ଇରାନ ହୋର୍ମୁଜ୍ ପ୍ରଣାଳୀ ଖୋଲିବନି, ତେବେ ମଙ୍ଗଳବାରଠାରୁ ତା’ର ବିଦ୍ୟୁତ୍ ପ୍ଲାଣ୍ଟ ଏବଂ ସେତୁ ଉପରେ ଆକ୍ରମଣ କରାଯିବ। ଟ୍ରମ୍ପ ଏହି ଦିନଟିକୁ ପାୱାର ପ୍ଲାଣ୍ଟ ଡେ ଏବଂ ବ୍ରିଜ ଡେ ନାମ ଦେଇଛନ୍ତି। ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ ଲେଖିଛନ୍ତି ଯେ ଯଦି ଇରାନ ପ୍ରଣାଳୀ ଖୋଲିବନି, ତେବେ ଏହା ନର୍କର ସମ୍ମୁଖୀନ ହେବ। ସେ ବହୁତ କଡ଼ା ଭାଷା ବ୍ୟବହାର କରି କହିଥିଲେ, “ପ୍ରଣାଳୀ ଖୋଲ, ନଚେତ୍ ପରିଣାମ ଭୋଗ।” ଟ୍ରମ୍ପ୍ ପୋଷ୍ଟରେ ଅଶାଳୀନ ଗାଳି ମଧ୍ୟ ବ୍ୟବହାର କରିଥିଲେ।
US President Donald Trump posts on Truth Social, “…It is time for Iran to make a deal before it is too late and there is nothing left of what still could become a great country…” pic.twitter.com/CrmxmVluPU
— ANI (@ANI) April 2, 2026
ହୋର୍ମୁଜ୍ ପ୍ରଣାଳୀ ଖୋଲିବା ପାଇଁ ଟ୍ରମ୍ପଙ୍କ ୧୦ ଦିନିଆ ସମୟସୀମା ସୋମବାର ଶେଷ ହେଉଛି। ଟ୍ରମ୍ପ ପୂର୍ବରୁ ଧମକ ଦେଇସାରିଛନ୍ତି ଯେ ଯଦି ଇରାନ କୌଣସି ଚୁକ୍ତିରେ ପହଞ୍ଚିବାରେ ବିଫଳ ହୁଏ, ତେବେ ସେ ପ୍ରମୁଖ ଶକ୍ତି, ଜଳ ଏବଂ ତୈଳ ଭିତ୍ତିଭୂମି ଉପରେ ଆକ୍ରମଣ କରିବେ।
ତିନି ଦିନ ପୂର୍ବେ, ଆମେରିକା ଏବଂ ଇସ୍ରାଏଲ ଇରାନର କରଜ ସହରସ୍ଥିତ B1 ସେତୁ ଉପରେ ଦୁଇଥର ଆକ୍ରମଣ କରିଥିଲେ, ଯେଉଁଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୩୬ ମିଟର ଉଚ୍ଚ ସେତୁକୁ ସମ୍ପୂର୍ଣ୍ଣ ଧ୍ୱଂସ କରାଯାଇଥିଲା। ପ୍ରାୟ ୧,୦୫୦ ମିଟର ଲମ୍ବା ଏହି ସେତୁ ପ୍ରୟ ଽ୪୦୦ ମିଲିୟନ ଡଲାର (ପ୍ରାୟ ₹୩,୮୦୦ କୋଟି) ବ୍ୟୟରେ ନିର୍ମିତ ହୋଇଥିଲା। ଏହା ଇରାନର ସବୁଠାରୁ ବଡ଼ ସେତୁ ଥିଲା।
ଅନ୍ୟପଟେ ତେହେରାନ ଚେତାବନୀ ଦେଇଛି ଯେ ଯଦି ଆମେରିକା ଆକ୍ରମଣ କରେ, ତେବେ ସେ ଇସ୍ରାଏଲ ଏବଂ ଉପସାଗରୀୟ ଦେଶଗୁଡ଼ିକରେ ଥିବା ପ୍ରମୁଖ ପ୍ରତିଷ୍ଠାନଗୁଡ଼ିକ ଉପରେ ପ୍ରତିଶୋଧ ନେବ।