ନ୍ୟୁୟର୍କ: ମହାମାରୀ କରୋନାର ମୁକାବିଲା କରିବାପାଇଁ ସମସ୍ତ ଦେଶ ନିଜ ନିଜର ପ୍ରଚେଷ୍ଟା ଜାରି ରଖିଛନ୍ତି । ତେବେ ଏହି ଘଡିସନ୍ଧି ମୁହୂର୍ତ୍ତରେ ଭାରତକୁ ସାହାଯ୍ୟ ମାଗିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।
I may take it too, will have to talk to my doctors: US President Donald Trump in White House press conference after he announced he requested PM Narendra Modi for more Hydroxychloroquine tablets. pic.twitter.com/HkuiDGknCe
— ANI (@ANI) April 4, 2020
ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ଟେବଲେଟ୍ସ ପାଇଁ ଅନୁରୋଧ କରିଛନ୍ତି । ଏଥି ସହ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆମେରିକା ପାଇଁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ଶୀଘ୍ର ଯୋଗାଇବାକୁ କହିଛନ୍ତି ।
ଆମେରିକାରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଦେଶବାସୀଙ୍କୁ ଟ୍ରମ୍ପ କହିଛନ୍ତି ଯେ, “କରୋନା ମୁକାବିଲା ପାଇଁ ଆମେ ଯଥା ସମ୍ଭବ ପ୍ରୟାସ କରୁଛୁ । ଶନିବାର ଦିନ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କୁ ଫୋନ କରି ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ଔଷଧ ଯୋଗାଇ ଦେବାକୁ କହିଥିବା କହିଛନ୍ତି ଟ୍ରମ୍ପ।
ମୁଖ୍ୟତଃ ମ୍ୟାଲେରିଆ ଏବଂ ଲୁପସ୍ ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଏହି ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ଔଷଧ ରପ୍ତାନୀ ଉପରେ ମାର୍ଚ୍ଚ ୨୫ ରେ, ଭାରତ ପ୍ରତିବନ୍ଧକ ଲଗାଇଥିଲା ।
ଏହାର ରପ୍ତାନି ଉପରେ ଭାରତର ନିଷେଧାଦେଶ ସମ୍ପର୍କରେ ଟ୍ରମ୍ପ କହିଛନ୍ତି ଯେ ଭାରତର ଜନ ସଂଖ୍ୟା ୧.୫ ବିଲିୟନ ହୋଇଥିବା କାରଣରୁ ସେମାନେ ଏହାର ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।
ଆମେରିକାରେ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୧୧ ହଜାର ୩୫୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରୁ ୮ ହଜାର ୪୫୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ହଜାର ୮୨୫ ଜଣ ଭଲ ହୋଇଛନ୍ତି ।
Comments are closed.