ନୂଆଦିଲ୍ଲୀ: ଭାରତରେ ନିଯୁକ୍ତ ଆମେରିକାର ରାଷ୍ଟ୍ରଦୂତ ସର୍ଗିଓ ଗୋର୍ ଶନିବାର ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଏହାପରେ ସେ କହିଛନ୍ତି ଯେ ଆମେରିକା ଭାରତ ସହିତ ତା’ର ସମ୍ପର୍କକୁ ବହୁତ ଗୁରୁତ୍ୱ ଦିଏ। ସେ କହିଥିଲେ, “ପ୍ରଧାନମନ୍ତ୍ରୀଙ୍କ ସହ ମୋର ସାକ୍ଷାତ ସାନଦାର ଥିଲା। ଆମେ ପ୍ରତିରକ୍ଷା, ବାଣିଜ୍ୟ ଏବଂ ପ୍ରଯୁକ୍ତିବିଦ୍ୟା ସମେତ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲୁ। ଆମେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ଗୁରୁତ୍ୱ ବିଷୟରେ ମଧ୍ୟ ଆଲୋଚନା କରିଥିଲୁ।”
ଗୋର୍ କହିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କର ‘ବହୁତ ଭଲ ବନ୍ଧୁ’ ବୋଲି ମାନନ୍ତି।
ସୂଚନାଥାଉକି, ଶୁକ୍ରବାର ଆମେରିକୀୟ ରାଷ୍ଟ୍ରଦୂତ କହିଛନ୍ତି ଯେ, ସେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ଏବଂ ବୈଦେଶିକ ସଚିବ ବିକ୍ରମ ମିଶ୍ରଙ୍କ ସହ ବୈଠକ କରିଛନ୍ତି।
ଏଥି ସହ ଗୋର୍ କହିଛନ୍ତି, ଭାରତରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟ କରିବା ମୋ ପାଇଁ ସମ୍ମାନର ବିଷୟ। ଏହି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ଏବଂ ଆମ ଦୁଇ ଦେଶ ମଧ୍ୟରେ ସମ୍ପର୍କର ନିରନ୍ତର ଅଭିବୃଦ୍ଧି ଏବଂ ଗଭୀରତା ପାଇଁ ମୁଁ ଆଶା କରୁଛି।
ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏହି ସାକ୍ଷାତରେ ନିଜର ଖୁସି ପ୍ରକାଶ କରିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଲେଖିଛନ୍ତି, “ଆମେରିକାର ମନୋନୀତ ରାଷ୍ଟ୍ରଦୂତ ସର୍ଗିଓ ଗୋରଙ୍କୁ ଭେଟି ଖୁସି ଲାଗିଲା। ମୁଁ ନିଶ୍ଚିତ ଯେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତ-ଆମେରିକା ବ୍ୟାପକ ବିଶ୍ୱ ରଣନୈତିକ ସହଭାଗୀତା ଆହୁରି ମଜବୁତ ହେବ।”
ଗୋର ପରିଚାଳନା ଏବଂ ସମ୍ବଳ ବିଭାଗର ଉପସଚିବ ମାଇକେଲ ଜେ. ରିଗାସଙ୍କ ସହ ଛଅ ଦିନିଆ ଗସ୍ତରେ ଦିଲ୍ଲୀରେ ଅଛନ୍ତି।
Comments are closed.