Latest Odisha News

ଟ୍ରମ୍ପଙ୍କ ଝିଅ ଇଭାଙ୍କା ସହାୟକ କରୋନା ପୀଡ଼ିତ

ଓ୍ବାଶିଂଟନ: କରୋନା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ଦେଶରେ ଏହାର ସଂଖ୍ୟା ବଢ଼ୁଥିବା ବେଳେ ଏବେ ତାଙ୍କ ଝିଅଙ୍କ ସହାୟକ କରୋନା ପଜିଟିଭ ଥିବା ଜଣାପଡିଛି ।  କରୋନା ମାହାମାରୀ ହ୍ବାଇଟ ହାଉସରେ ତା’ର ଉପସ୍ଥିତି ଜାହିର କହିଛି । ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପଙ୍କ ଜଣେ ସହାୟକ କରୋନାରେ ପୀଡ଼ିତ ଥିବା ସୂଚନା ମିଳିଛି । ତେବେ ସେ ହେଉଛନ୍ତି ହ୍ବାଇଟ ହାଉସର କରୋନା ସଂକ୍ରମିତଙ୍କ ମଧ୍ୟରେ ତୃତୀୟ ବ୍ୟକ୍ତି ।

ଏହାପୂର୍ବରୁ ଉପରାଷ୍ଟ୍ରପିଙ୍କ ନିଜସ୍ବ ସଚିବ କରୋନା ସଂକ୍ରମିତ ହୋଇଥିବା ବେଳେ ଇଭାଙ୍କାଙ୍କ ସହାୟକଙ୍କ ଟେଷ୍ଟ କରାଯିବା ପରେ ସେ ମଧ୍ୟ କରୋନାରେ ପୀଡ଼ିତ ବୋଲି ଜଣାପଡିଥିଲା । ହେଲେ ଇଭାଙ୍କା ଓ ତାଙ୍କ ପତି ଜାରେଡଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି । ଟ୍ରମ୍ପ ଯେତେଶୀଘ୍ର କରୋନାର ପ୍ରକୋପ କମ୍ ହେବ ସେତେଶୀଘ୍ର  ଲକ୍‌ଡାଉନ ଖୋଲି ଦେଶର ଅର୍ଥବ୍ୟବସ୍ଥାକୁ ସୁଧାରିବେ ବୋଲି କହିଛନ୍ତି ।

Leave A Reply

Your email address will not be published.