ଭୁବନେଶ୍ୱର: ଗଞ୍ଜାମରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛି । ଜଣେ ୨୬ ବର୍ଷୀୟ ସୁରଟ ଫେରନ୍ତା ଯୁବକଙ୍କ ଦେହନ୍ତରେ ଭୂତାଣୁ ଥିବା ଜଣାପଡିଛି । ସେ କ୍ୱାରେଂଟିନ୍ ସେଂଟରରେ ଥିଲେ ।
4th Health Update, 9th May
One positive in Ganjam
26 yr Male
(Surat returnee. In quarantine)Contact tracing and follow-up action is being done.
Total Positive Case: 288
— I & PR Department, Odisha (@IPR_Odisha) May 9, 2020
ଏହାକୁ ମିଶାଇ ଗଂଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୪ରେ ପହଂଚିଛି । ଏଥିସହ ରାଜ୍ୟରେ କରୋନା ଅକ୍ରାନ୍ତଙ୍କ ସଂଖ୍ୟା ୨୮୮ ଛୁଇଁଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍ କରି ଜଣାଇଛି ।
ଆଜି ସକାଳୁ ୧୭ ଜଣ କାରୋନା ପଜିଟିଭ ଚିହ୍ନଟ ହୋଇଥିବା ଏବେ ଆଉ ଜଣେ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଗୋଟିଏ ଦିନରେ ପ୍ରାୟ ୧୮ ଜଣ କରୋନା ସଂକ୍ରମିତ ତଥ୍ୟ ସାମ୍ନାକୁ ଆସିଛି ।