Latest Odisha News

BREAKING NEWS

ମଧ୍ୟସ୍ଥତା କରି ବାଃ ବାଃ ନେଉଛନ୍ତି ଟ୍ରମ୍ପ: ଏବେ କହିଲେଣି, ସମାଧାନ ହେବ କାଶ୍ମୀର ସମସ୍ୟା

ନୂଆଦିଲ୍ଲୀ: ଗତ ୭ ତାରିଖରୁ ଆରମ୍ଭ ହୋଇଥିବା ଭାରତ ପାକିସ୍ତାନ ଉତ୍ତେଜନାରେ ଶନିବାର ଏପ୍ରକାର ଯବନିକା ପଡିଛି । ଦୁଇ ଦେଶ ଅସ୍ତ୍ରବିରତି ପାଇଁ ସହମତି ହୋଇଛନ୍ତି । ତଥାପି, ପାକିସ୍ତାନ ଏହାର କିଛି ଘଣ୍ଟା ପରେ ଅସ୍ତ୍ରବିରତି ଉଲଘଂନ କରି ପୁଣି ଭାରତ ଉପରେ ଗୁଳି ବର୍ଷା କରିଥିଲା । ହେଲେ ଏହାର କିଛି ବି ଜବାବ ନଦେଇ ଅସ୍ତ୍ରବିରତି ବଜାୟ ରଖିଛି ଭାରତ । ହେଲେ ଗତକାଲି ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି କାଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ହୋଇଥିବାଏ ଏକ୍ସରେ ଟ୍ବିଟ୍ କରି ପ୍ରଥମେ ଦାବି କରିଥିଲେ । ଏହାପରେ ପରେ ଅସ୍ତ୍ରବିରତି ନେଇ ସ୍ପଷ୍ଟ କରିଥିଲା ବୈଦେଶିକ ମନ୍ତ୍ରାଣାଳୟ ।

ଏବେ ପୁଣି ଡୋନାଲ୍ଡ ଟ୍ରମ୍ପ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ସ୍ଥିତିକୁ ସୁଧାରିବା ପାଇଁ ମଧ୍ୟସ୍ଥତା କରିବେ । ଅସ୍ତ୍ରବିରତି ମଧ୍ୟସ୍ଥତା ଘୋଷଣା କରିବାର ଗୋଟିଏ ଦିନ ପରେ, ଆମେରିକା ଏବେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ଅସ୍ତ୍ରବିରତି ଚୁକ୍ତିରେ ମଧ୍ୟସ୍ଥତା କରିଛି ବୋଲି ଦାବି କରିଛନ୍ତି ଟ୍ରମ୍ପ । ରବିବାର ଆମେରିକା ରାଷ୍ଟ୍ରପତି ଦାବି କରିଛନ୍ତି, ଆଗକୁ ଭାରତ, ପାକିସ୍ତାନ ମିଶିକି କାମ କରିବେ । ହଜାର ବର୍ଷ ପରେ କାଳେ କାଶ୍ମୀର ସମସ୍ୟାର ସମାଧାନ ହେବ ।

ଏନେଇ ତାଙ୍କ ସଦ୍ୟତମ ମନ୍ତବ୍ୟରେ ଟ୍ରମ୍ପ କହିଛନ୍ତି, ମୁଁ ତୁମ ଉଭୟଙ୍କ ସହିତ କାମ କରିକି ଦେଖିବି ଯେ, କାଳେ ହଜାର ବର୍ଷ ପରେ କାଶ୍ମୀର ସମ୍ପର୍କରେ ଏକ ସମାଧାନ ବାହାରିପାରିବ କି ନାହିଁ । ଭଗବାନ ଭାରତ ଏବଂ ପାକିସ୍ତାନର ନେତୃତ୍ୱକୁ ଭଲ କାମ ପାଇଁ ଆଶୀର୍ବାଦ କରନ୍ତୁ । ଏଥିସହିତ ଟ୍ରମ୍ପ ଉଭୟ ଦେଶର ନେତାଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରି ବର୍ତ୍ତମାନର ଆକ୍ରମଣକୁ ବନ୍ଦ କରିବା ଏକ ବୁଦ୍ଧିମାନ ନିଷ୍ପତ୍ତି ବୋଲି କହିଛନ୍ତି । ଲେଖିଛନ୍ତି, ମୁଁ ଭାରତ ଏବଂ ପାକିସ୍ତାନର ଦୃଢ଼ ଏବଂ ଅଟଳ ଭାବରେ ଶକ୍ତିଶାଳୀ ନେତୃତ୍ୱ ଉପରେ ବହୁତ ଗର୍ବିତ, କାରଣ ସେମାନଙ୍କ ପାଖରେ ସମ୍ପୂର୍ଣ୍ଣ ଭାବରେ ଜାଣିବା ଏବଂ ବୁଝିବାର ଶକ୍ତି, ଜ୍ଞାନ ଏବଂ ସାହସ ଅଛି ଯେ ବର୍ତ୍ତମାନର ଆକ୍ରମଣକୁ ବନ୍ଦ କରିବାର ସମୟ ଆସିଛି । ଯାହା ଲକ୍ଷ ଲକ୍ଷ ଭଲ ଏବଂ ନିର୍ଦ୍ଦୋଷ ଲୋକଙ୍କ ଏବଂ ଧ୍ୱଂସର କାରଣ ହୋଇଥାନ୍ତା ବୋଲି ନିଜ ଏକ୍ସରେ ଲେଖିଛନ୍ତି ଟ୍ରମ୍ପ ।

ଏଥିସହିତ ଟ୍ରମ୍ପ କହିଛନ୍ତି ଯେ,  ସେ ଆଶାବାଦୀ ଯେ ତାଙ୍କ ଦେଶ ଦ୍ୱାରା ମଧ୍ୟସ୍ଥତା କରାଯାଇଥିବା ଶାନ୍ତି ଚୁକ୍ତି ଭାରତ ଏବଂ ପାକିସ୍ତାନ ଉଭୟ ପାଇଁ ସମୃଦ୍ଧି ଆଣିବ।

ତେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ନ୍ୟାସନାଲ କମାଣ୍ଡ ଅଥରିଟିର ଏକ ବୈଠକ ଡାକିବା ପରେ ଟ୍ରମ୍ପଙ୍କ ଏହି ମନ୍ତବ୍ୟ ସାମ୍ନାକୁ ଆସିଛି । ପରମାଣୁ ମାମଲା ସମେତ ଜାତୀୟ ସୁରକ୍ଷା ବ୍ୟାପାର ଉପରେ ଦେଶର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା ନ୍ୟାସନାଲ କମାଣ୍ଡ ଅଥରିଟି । ହେଲେ ଏ ପ୍ରସଙ୍ଗ ନେଇ ସେପଟେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ୍ ଏପରି କୌଣସି ବୈଠକ ଅନୁଷ୍ଠିତ ହୋଇଥିବା କଥାକୁ ଅସ୍ୱୀକାର କରିଛନ୍ତି । ସିଏନଏନ ରିପୋର୍ଟରେ କୁହାଯାଇଛି ଯେ ଏହି ଉତ୍ତେଜନାର ବିଶ୍ୱସନୀୟ ସୂଚନା ପାଇବା ପରେ ଆମେରିକୀୟ କର୍ତ୍ତୃପକ୍ଷମାନେ ହସ୍ତକ୍ଷେପ କରି ଭାରତ ସହିତ ଯୋଗାଯୋଗ କରିଥିଲେ । ଏଥିସହିତ ଭାରତ କହିଛି, ପାକିସ୍ତାନ ତାର ସୈନ୍ୟଙ୍କୁ ସୀମା ଆଡକୁ ସ୍ଥାନାନ୍ତର କରୁଥିବା ସୂଚନା ଜାରି ହେବା ପରେ ଆମେରିକା ଭାରତ ସହ ଆଲୋଚନା କରିଥିଲା । ଯୁଦ୍ଧବିରତି ପୂର୍ବରୁ ରାତିରେ, ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍ କରିଥିଲେ ଏବଂ ପାକିସ୍ତାନ ପକ୍ଷରୁ ଉତ୍ତେଜନା ନେଇ ଚିନ୍ତାଜନକ ଗୁପ୍ତ ସୂଚନା ପାଇଥିବା ବିଷୟରେ ତାଙ୍କୁ ଅବଗତ କରାଇଥିଲେ । ରିପୋର୍ଟରେ ଆହୁରି କୁହାଯାଇଛି ଯେ ଭାନ୍ସ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଯୋଗାଯୋଗ କରିବା ପୂର୍ବରୁ ଟ୍ରମ୍ପଙ୍କୁ ଅବଗତ କରାଇଥିଲେ ।

Comments are closed.