ନୂଆଦିଲ୍ଲୀ: ଯଦିଓ ଆମେରିକା ବହୁତ ସ୍ମାର୍ଟ, କିନ୍ତୁ ଏହାର ବରିଷ୍ଠ ଅଧିକାରୀମାନେ ଏକ ବଡ ଭୁଲ୍ କରିଛନ୍ତି । କାରଣ ଏକ ଚାଟ୍ ଗ୍ରୁପରେ ଆମେରିକା କରିବାକୁ ଥିବା ହୁତି ବିଦ୍ରୋହୀଙ୍କୁ ଆକ୍ରମଣ ଯୋଜନା ଲିକ୍ ହୋଇଛି । ଆଟଲାଣ୍ଟିକର ମୁଖ୍ୟ ସମ୍ପାଦକ ଜେଫରୀ ଗୋଲଡବର୍ଗ ଏହା ସହ ଜଡିତ ଏକ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ ଭୁଲରେ ଟ୍ରମ୍ପ ପ୍ରଶାସନର ବରିଷ୍ଠ ଜାତୀୟ ସୁରକ୍ଷା ଅଧିକାରୀ ତାଙ୍କୁ ଏକ ଘରୋଇ ଚାଟ୍ ଗ୍ରୁପରେ ଅନ୍ତର୍ଭୁକ୍ତ କରିଥିଲେ। ଏହି ଗ୍ରୁପରେ ହୁତି ବିଦ୍ରୋହୀମାନଙ୍କ ଉପରେ ହେବାକୁଥିବା ଏୟାର ଷ୍ଟ୍ରାଇକ୍ ସମ୍ବନ୍ଧୀୟ ଆଲୋଚନା ପାଇଁ ଥିଲା, ଯେଉଁଥିରେ ଅତି ସମ୍ବେଦନଶୀଳ ସୂଚନା ଦିଆଯାଇଥିଲା । ଜେଫ୍ରି ଗୋଲଡବର୍ଗ ତାଙ୍କ ଆର୍ଟିକିଲରେ କହିଛନ୍ତି ଯେ ଯେତେବେଳେ ମାର୍ଚ୍ଚ ୧୫ରେ ହୁତିଙ୍କ ଉପରେ ହୋଇଥିବା ଆକ୍ରମଣ ଖବର ସାର୍ବଜନୀନ ହେଲା, କିନ୍ତୁ ଏହାର ଦୁଇ ଘଣ୍ଟା ପୂର୍ବରୁ ଏହା ବିଷୟରେ ଜାଣିଥିଲେ।
ସେ କହିଛନ୍ତି ଯେ, ପ୍ରତିରକ୍ଷା ମନ୍ତ୍ରୀ ପିଟ ହେଗସେଥ ତାଙ୍କୁ ଏହି ଯୋଜନା ସମ୍ବନ୍ଧୀୟ ସୂଚନା ପଠାଇଛନ୍ତି। ଏଥିରେ ଆକ୍ରମଣ, ଲକ୍ଷ୍ୟ ଏବଂ ସମୟ ପାଇଁ ବ୍ୟବହୃତ ଅସ୍ତ୍ର ସମ୍ବନ୍ଧୀୟ ସଠିକ ସୂଚନା ରହିଥିଲା | ଗୋଲ୍ଡବର୍ଗଙ୍କ କହିବାନୁସାରେ, ମାର୍ଚ୍ଚ ଏଗାରରେ ସବୁକିଛି ଆରମ୍ଭ ହୋଇଥିଲା । ସେ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ମାଇକ ୱାଲ୍ଟଜଙ୍କ ଦ୍ୱାରା ପଠାଯାଇଥିବା ମେସେଜିଂ ଆପ୍ ସିଗନାଲରେ ଏକ ଜଏନ ଅନୁରୋଧ ଆସିଥିଲା। ପ୍ରାରମ୍ଭରେ ସେ ଏହାକୁ ନେଇ ସନ୍ଦେହ କରୁଥିଲେ, ତଥାପି ସେ ଏହି ଅନୁରୋଧକୁ ଗ୍ରହଣ କରିଥିଲେ। ଦୁଇ ଦିନ ପରେ ତାଙ୍କୁ ହୁତି ପିସି ସ୍ମାଲ ଗ୍ରୁପ୍ ନାମକ ଏକ ଚାଟ୍ ଗ୍ରୁପ୍ ରେ ଯୋଡି ଦିଆଗଲା । ଏହି ଗ୍ରୁପରେ ଉପରାଷ୍ଟ୍ରପତି ଜେଡି ଭେନ୍ସ, ପ୍ରତିରକ୍ଷା ସଚିବ ପିଟ ହେଗସେଥ ଏବଂ ଏନଏସଏ ମାଇକ ୱାଲ୍ଟଜଙ୍କ ପରି ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ, ଯେଉଁମାନେ ୟେମେନରେ ହୁତିମାନଙ୍କ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନର ରଣନୀତି ଉପରେ ଆଲୋଚନା କରୁଥିଲେ।
ଟ୍ରମ୍ପ ପ୍ରଶାସନର ଏପରି ଭୁଲକୁ ନେଇ ଆମେରିକାରେ ରାଜନୀତି ସରଗରମ ହେବାରେ ଲାଗିଛି । ଡେମୋକ୍ରେଟିକ ସାଂସଦ ଏହାକୁ ନିନ୍ଦା କରିବା ସହ ଏହା ଆମେରିକାର ସୁରକ୍ଷା ଓ ଆଇନର ଉଲ୍ଲଂଘନ ବୋଲି କହିବା ସହ ଏହାର ତଦନ୍ତ ପାଇଁ କଂଗ୍ରେସରେ ଦାବି କରିଛନ୍ତି ।