Latest Odisha News

BREAKING NEWS

Donald Trump US; ଟ୍ରମ୍ପଙ୍କ ଧମକ: ‘ମୋତେ ଖୁସି କରିବାକୁ ହେବ’, ମୋଦୀଙ୍କୁ କଲେ ପ୍ରଶଂସା

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଭାରତକୁ ଟାରିଫ୍ ଧମକ ଦେଇଛନ୍ତି। ରୁଷଠୁ ତେଲ ଆମଦାନୀ ଚାଲୁ ରଖିଲେ ଟାରିଫ୍ ଆହୁରି ବଢ଼ାଇବାର ଚେତାବନୀ ଦେଇ ସେ କହିଛନ୍ତି, “ମୋତେ ଖୁସି କରିବା ଜରୁରୀ।” ଏହି କଥା କହି ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି, ତାଙ୍କୁ “ଭଲ ଲୋକ” ବୋଲି କହିଛନ୍ତି।

ଭାରତ ରୁଷରୁ ତେଲ କିଣୁଥିବାରୁ ଟ୍ରମ୍ପ ଅସନ୍ତୁଷ୍ଟ। ସେ କହିଛନ୍ତି, “ମୋଦୀ ଜାଣିଥିଲେ ମୁଁ ଖୁସି ନୁହେଁ। କିନ୍ତୁ ଯଦି ଏହା ଚାଲୁ ରହେ, ଟାରିଫ୍ ବଢ଼ାଇବୁ।” ଅଗଷ୍ଟ ୨୦୨୫ରେ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଲଗାଇଥିଲେ, ଯାହା ଦୁଇ ଦେଶର ବାଣିଜ୍ୟ ଚୁକ୍ତିକୁ ଅଟକାଇଥିଲା। ଭାରତ ଡେରୀ ଓ କୃଷି କ୍ଷେତ୍ରରେ ଆମେରିକାକୁ ପ୍ରବେଶ ଦେବାକୁ ମନା କରିଥିଲା।

ୟୁକ୍ରେନ୍ ଯୁଦ୍ଧ ପରେ ଭାରତ ରୁଷରୁ ଶସ୍ତା ତେଲ କିଣି ସବୁଠାରୁ ବଡ଼ କ୍ରେତା ହୋଇଛି। ୟୁରୋପିୟାନ ଦେଶମାନେ ଏହାକୁ ରୁଷର ଯୁଦ୍ଧକୁ ଏକ ପ୍ରକାର ସହଯୋଗ ବୋଲି କହୁଛନ୍ତି।

ଏକ ରିପୋର୍ଟ ଅନୁସାରେ ଗତବର୍ଷ ନଭେମ୍ବରରେ ଭାରତ ରୁଷଠୁ ତେଲ ଆମଦାନୀ ପରିମାଣ ପୂର୍ବ ଛଅ ମାସ ତୁଳନାରେ ସର୍ବାଧିକ ସ୍ତରକୁ ପହଞ୍ଚିଛି। ଏହା ଭାରତର ମୋଟ ତେଲ ଆମଦାନୀର ଏହାର ଅଂଶିଦାରିକୁ ୩୫% ବୃଦ୍ଧି କରିଛି। ଟାରିଫ ଯୁଦ୍ଧ ପରେ ଅମେରିକା ସହିତ ଭାରତର ବ୍ୟବସାୟିକ ଚୁକ୍ତିକୁ ନେଇ ଏକ ପ୍ରକାର ଚୂଡ଼ାନ୍ତ ରୂପ ଆସିନି। ଏହାରି ଭିତରେ ଭାରତ ରୁଷଠୁ ଅଧିକରୁ ଅଧିକ ଅଶୋଧିତ ତୈଳ ଆମଦାନୀ କରିଛି। ଏହି ବୃଦ୍ଧି ନଭେମ୍ବର ୨୦୨୫ରେ ସାତ ମାସର ସର୍ବାଧିକ ସ୍ତରରେ ଥିଲା। ଏହି ମାସରେ ଭାରତ ତେଲ ଆମଦାନୀରେ ଅମେରିକାର ଅଂଶୀଦାରି ପ୍ରାୟ ୧୩% ଥିଲା।

ଭାରତ-ରୁଷ ସମ୍ପର୍କ ବର୍ଷ ବର୍ଷ ଧରି ମଜବୁତ୍, କିନ୍ତୁ ଟ୍ରମ୍ପଙ୍କ ଟାରିଫ ଯୁଦ୍ଧ ଦୁଇ ଦେଶ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ଭେନେଜୁଏଲାରେ ମାଦୁରୋଙ୍କୁ ଗିରଫ କରିବା ଘଟଣା ପରେ ଏହି ବୟାନ ଆସିଛି।

Leave A Reply

Your email address will not be published.