ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ। ଆମେରିକା ଭାରତ-ପାକ୍ ଯୁଦ୍ଧ ରୋକିଥିବା କହିଲେ ଟ୍ରମ୍ପ। ଟ୍ରମ୍ପ କହିଛନ୍ତି, ଏକ ପରମାଣୁ ବିପର୍ଯ୍ୟୟରେ ପରିଣତ ହେବାକୁ ଯାଉଥିଲା ଯୁଦ୍ଧ। ଦୁଇ ଦେଶ ସହ ଆଲୋଚନା କରିବା ପରେ ଉଭୟ ଦେଶର ନେତା ଯୁଦ୍ଧ ବିରୋତି କରିଥିଲେ।
ଟ୍ରମ୍ପ କହିଛନ୍ତି, ଭାରତ ଏବଂ ପାକିସ୍ତାନର ନେତାଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ଦୁଇ ଦେଶ ସହ ବାଣିଜ୍ୟ ବିଷୟରେ ଆଲୋଚନା ହୋଇଛି । କିନ୍ତୁ ପରସ୍ପର ଉପରେ ଗୁଳି ଚଳାଉଥିବା ଲୋକଙ୍କ ସହ ବାଣିଜ୍ୟ କରିପାରିବୁ ନାହିଁ। ଆମେରିକା ଅନ୍ୟମାନଙ୍କୁ ମଧ୍ୟ ଯୁଦ୍ଧରୁ ରୋକିବ।
ମେ’ ୧୧ ତାରିଖରେ ଯେତେବେଳେ ଯୁଦ୍ଧବିରତି ହେଲା, ସେତେବେଳେ ଟ୍ରମ୍ପଙ୍କ ପୋଷ୍ଟ ଗୁରୁତ୍ବ ବହନ କରିଥିଲା। ଆମେରିକାର ମଧ୍ୟସ୍ଥତାରେ ଯୁଦ୍ଧ ବିରତି ପାଇଁ ଉଭୟ ପକ୍ଷ ରାଜି ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ୍ସରେ ସୂଚନା ଦେଇଥିଲେ। ତେବେ ଏହାର କିଛିଦିନ ପରେ ଟ୍ରମ୍ପ ସ୍ପଷ୍ଟ କରିଥିଲେ ଯେ ଭାରତ ଓ ପାକିସ୍ତାନ ଯୁଦ୍ଧିବିରତିରେ ମଧ୍ୟସ୍ଥତା କରିନାହାଁନ୍ତି। କେବଳ ଭାରତ-ପାକିସ୍ତାନ ସମସ୍ୟାର ସମାଧାନ କରିବାରେ ସହାୟତା କରିବା କଥା କହିଥିଲେ ।
Comments are closed.