Latest Odisha News

BREAKING NEWS

ଫେସବୁକ୍‌ରେ ମୁଁ ନମ୍ବର ୱାନ୍‌, ମୋଦୀ ୨ ନମ୍ବର: ଟ୍ରମ୍ପ

ୱାଶିଂଟନ୍‌: ୱାଶିଂଟନ୍‌: ଆସନ୍ତା ୨୪ ତାରିଖରେ ୨ ଦିନିଆ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତେବେ ଭାରତ ଆସିବା ପୂର୍ବରୁ ତାଙ୍କର ଏକ ଟ୍ୱିଟ୍ ଏବେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ଟ୍ରମ୍ପ ଶନିବାର ଟ୍ୱିଟ୍ କରି କହିଛନ୍ତି ଯେ, ମାର୍କ ଜୁକରବର୍ଗ ନିକଟରେ କହିଥିଲେ ଯେ ଫେସ୍‌ବୁକରେ ଡୋନାଲ୍ଡ ଟ୍ରମ୍ପ ଏକ ନମ୍ବର ଏବଂ ଭାରତର ପ୍ରଧାନମନ୍ତ୍ରୀ ମୋଦୀ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ମୁଁ ଦୁଇ ସପ୍ତାହ ପରେ ଭାରତ ଯାଉଛି । ଏହାକୁ ନେଇ ସେ ବେଶ୍ ଉତ୍ସାହିତ ଥିବା କହିଛନ୍ତି ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଗତ ବୁଧବାର ଟ୍ୱିଟ୍ କରି କହିଥିଲେ ଯେ, ଏହି ଗସ୍ତ ଫଳରେ ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ମଜଭୁତ ହେବ । ମୁଁ ବେଶ୍ ଖୁସି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ମେଲାନିଆ ଟ୍ରମ୍ପ ଭାରତ ଗସ୍ତରେ ଅସୁଛନ୍ତି । ଭାରତ ନିଜ ସମ୍ମାନୀୟ ଅତିଥିଙ୍କୁ ସ୍ୱାଗତ କରିବ ।

ସୂଚନା ଯୋଗ୍ୟ ଯେ, ଆସନ୍ତା ୨୪ ଓ ୨୫ରେ ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହି ଅବସରରେ ସେ ଗୁଜରାଟର ଅହମ୍ମଦାବାଦ ଗସ୍ତ କରିବେ । ସେଠାରେ ସେ ୩ ଘଂଟା ରହିବା କାର୍ଯ୍ୟକ୍ରମ ରହିଛି ।

ଏହା ସହ ଟ୍ରମ୍ପ ଓ ମୋଦୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବା କାର୍ଯ୍ୟକ୍ରମ ମଧ୍ୟ ରହିଛି ।

Leave A Reply

Your email address will not be published.