Latest Odisha News

BREAKING NEWS

ଭିକାରୀଙ୍କ ପାଇଁ ଖୋଲାଯିବ ୨ଟି ବ୍ୟାବସାୟିକ ପ୍ରଶିକ୍ଷଣ କେନ୍ଦ୍ର: ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ଅଛନ୍ତି ୫,୯୫୦ ଭିକାରୀ । ସେଥିମଧ୍ୟରୁ କେବଳ କଟକରେ ସର୍ବାଧିକ ୧୦୬୦ ଜଣ ଭିକାରୀ ଥିବା ଚିହ୍ନଟ କରାଯାଇଛି ।  ସେହିପରି ଗଂଜାମରେ ୫୪୫ ଜଣ ଓ ପୁରୀରେ ୩୬୫ ଜଣ ଭିକାରୀ ଥିବା ସରକାରୀ ତାଲିକାରେ ପ୍ରକାଶ ପାଇଛି । ସରକାର ଭିକାରୀଙ୍କ ପୁନର୍ବାସ ଓ ବ୍ୟାବସାୟିକ ପ୍ରଶିକ୍ଷଣ ପାଇଁ ସହାୟ ନାଁରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରିଥିବା ବିଧାନସଭା ଗୃହରେ ଶନିବାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି ।

ବିଭାଗୀୟ ମନ୍ତ୍ରୀଙ୍କ ସୂଚନା ଅନୁସାରେ ରାଜ୍ୟରେ ଅଦ୍ୟାବଧି ୫୯୫୦ ଜଣ ଭିକାରୀ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ କେବଳ କଟକରେ ସର୍ବାଧିକ ଭିକାରୀ ଅଛନ୍ତି । ତେବେ ଭିକାରୀଙ୍କ ପୁନର୍ବାସ ଏବଂ ସେମାନଙ୍କୁ ବ୍ୟବସାୟିକ ପ୍ରଶିକ୍ଷଣ ପାଇଁ ରାଜ୍ୟ ସରକାର ‘ସହାୟ’ ନାଁରେ ଏକ ସ୍ୱତନ୍ତ୍ର  କାର୍ଯ୍ୟକ୍ରମ ପ୍ରଚଳନ କରୁଛନ୍ତି ।

ଚଳିତ ବର୍ଷ ପୁରୀ ଏବଂ ଭୁବନେଶ୍ୱରେ ଭିକାରୀଙ୍କ ପାଇଁ ୨ଟି ବ୍ୟବସାୟିକ ପ୍ରଶିକ୍ଷଣ କେନ୍ଦ୍ର ଖୋଲାଯିବ । ଭିକାରୀଙ୍କୁ ପ୍ରଶିକ୍ଷଣ ଦେବା ପରେ ବ୍ୟବସାୟ ଆରମ୍ଭ କରିବା ପାଇଁ ଆବଶ୍ୟକୀୟ କିଟ୍ ପ୍ରଦାନ କରାଯିବ ।

ଏଥିସହ ସେମାନଙ୍କ ପୁନର୍ବାସ ପାଇଁ ପୁରୀ ଜିଲ୍ଲାରେ ୫ଟି ପୁନର୍ବାସ ଗୃହର ସ୍ଥାପନ କରାଯିବା ବ୍ୟବସ୍ଥା ରହିଛି । ସେହିପରି ଭୁବନେଶ୍ୱରରେ ବି ପୁନର୍ବାସ ଗୃହ ସ୍ଥାପନ କରିବାକୁ ବ୍ୟବସ୍ଥା କରାଯାଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.