Latest Odisha News

BREAKING NEWS

Trump says Iran has 48 hours:”ସମୟ ସୀମା ଶେଷ ହେବାକୁ ଯାଉଛି, ୪୮ ଘଣ୍ଟା ପରେ ବିନାଶ ଆରମ୍ଭ ହେବ…”, ଟ୍ରମ୍ପଙ୍କ ଇରାନକୁ ଧମକ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନକୁ ଚେତାବନୀ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି, “ମନେରଖ, ମୁଁ ଯେତେବେଳେ ଇରାନକୁ ଏକ ଚୁକ୍ତିରେ ପହଞ୍ଚିବା ପାଇଁ କିମ୍ବା ହର୍ମୁଜ୍ ପ୍ରଣାଳୀ ଖୋଲିବା ପାଇଁ ଦଶ ଦିନ ସମୟ ଦେଇଥିଲି? ସମୟ ସରି ଆସୁଛି।” ସେ ଆହୁରି ଲେଖିଛନ୍ତି, “୪୮ ଘଣ୍ଟା ପରେ, ନର୍କର ବର୍ଷା’ ହେବ।”

ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ’ରେ ଏକ ପୋଷ୍ଟ କରି ଟ୍ରମ୍ପ କହିଛନ୍ତି ଯେ, ଇରାନ ପାଇଁ ସମୟ ଶେଷ ହୋଇ ଆସୁଛି । ପୂର୍ବରୁ ଦିଆଯାଇଥିବା ୧୦ ଦିନର ସମୟସୀମା ଏପ୍ରିଲ ୬ ତାରିଖରେ ଶେଷ ହେଉଥିବା ବେଳେ, ଏବେ ମାତ୍ର ୪୮ ଘଣ୍ଟା ବାକି ଅଛି । ଯଦି ଇରାନ ହର୍ମୁଜ ପ୍ରଣାଳୀ ଖୋଲିବାକୁ ରାଜି ନହୁଏ, ତେବେ ଆମେରିକା ଭୟଙ୍କର ଆକ୍ରମଣ କରିବ ।

ଏହା ଉଲ୍ଲେଖନୀୟ ଯେ ଟ୍ରମ୍ପଙ୍କ ସମୟସୀମା ଶେଷ ହେବାକୁ ଆଉ ମାତ୍ର ୪୮ ଘଣ୍ଟା ବାକି ଅଛି। ସମୟସୀମା ଶେଷ ହେବା ପୂର୍ବରୁ ଟ୍ରମ୍ପଙ୍କ ଏହି ପୋଷ୍ଟ ଯୁଦ୍ଧ ବୃଦ୍ଧି ପାଇବାର ସମ୍ଭାବନାକୁ ଆହୁରି ବୃଦ୍ଧି କରିଛି।

ସୂଚନାଥାଉକି, ଯୁଦ୍ଧ ସମାପ୍ତ କରିବା ପାଇଁ ଇରାନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଶୁକ୍ରବାର ଦିନ, ଇରାନ ଏକ ଆମେରିକୀୟ ଯୁଦ୍ଧ ବିମାନକୁ ଗୁଳି କରି ଖସାଇ ଦେଇଥିଲା। ଜଣେ ପାଇଲଟଙ୍କୁ ଉଦ୍ଧାର କରାଯାଇଥିଲା, ଅନ୍ୟ ଜଣଙ୍କର ସନ୍ଧାନ ଜାରି ରହିଛି। ଇରାନ ମଧ୍ୟ ଅନ୍ୟ ଏକ ଆମେରିକୀୟ ବିମାନକୁ କ୍ଷତି ପହଞ୍ଚାଇଥିବା ଦାବି କରିଥିଲା। ଏହା ସ୍ପଷ୍ଟ ଭାବରେ ସୂଚିତ କରୁଛି ଯେ ଇରାନ ଏବେ ବି ଜବାବ ଦେବାର କ୍ଷମତା ରଖିଛି ।

ଏପଟେ ଆମେରିକା ଭିତରେ ମଧ୍ୟ ଟ୍ରମ୍ପଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଯାଉଛି। ତାଙ୍କ ନିଜସ୍ୱ କିଛି ନେତା କହିଛନ୍ତି ଯେ ବିଶ୍ୱକୁ ଦୃଢ଼ ସହଯୋଗୀଙ୍କ ଆବଶ୍ୟକତା ଅଛି। ପୂର୍ବତନ ଟ୍ରମ୍ପ ପରାମର୍ଶଦାତା ଜନ୍ ବୋଲ୍ଟନ୍ କହିଛନ୍ତି ଯେ ସହଯୋଗୀମାନଙ୍କ ସହ ପରାମର୍ଶ ନକରି ଯୁଦ୍ଧ ଆରମ୍ଭ କରିବା ଏକ ଭୁଲ ଥିଲା।

Leave A Reply

Your email address will not be published.