ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୨୪ ଓ ୨୫ ତାରିଖରେ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତାଙ୍କ ଗସ୍ତର କିଛି ସମୟ ପୂର୍ବରୁ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ସୁପରହିଟ୍ ଫିଲ୍ମ ବାହୁବଳୀ ଲୁକରେ ନଜର ଆସୁଛନ୍ତି ।
ଏନେଇ ଏକ ଭିଡିଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି ।
https://twitter.com/realDonaldTrump/status/1231345462793441280?s=08
ଉକ୍ତ ଭିଡିଓରେ ବାହୁବଳୀ ଫେମ୍ ପ୍ରଭାସଙ୍କ ସ୍ଥାନରେ ଟ୍ରମ୍ପଙ୍କୁ ଦେଖିବାକୁ ମିଳିଛି । ଏଥିରେ ତାଙ୍କ ସହିତ ପତ୍ନୀ, ଝିଅ ଓ ଜ୍ୱାଇଁ ମଧ୍ୟ ନଜର ଆସିଛନ୍ତି ।
ଉଲ୍ଲେଖଯୋଗ୍ୟ, ଟ୍ରମ୍ପ ଅହମ୍ମଦାବାଦ ବିମାନ ବନ୍ଦରରେ ପହଞ୍ଚି ସେଠାରୁ ଏକ ରୋଡ ଶୋ’ରେ ମୋଟେରା ଷ୍ଟାଡିୟମକୁ ଯିବେ ବୋଲି ଜଣାପଡିଛି ।
ଭାରତ ଗସ୍ତବେଳେ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା କରିବେ । ଯାହା ଦୁଇ ଦେଶ ମଧ୍ୟରେ ସହଭାଗିତା ଓ ସମ୍ପର୍କ ବୃଦ୍ଧି କରିବାରେ ସହାୟକ ହୋଇପାରିବ ।
ଏହି ଅବସରରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଫାଷ୍ଟ ଲେଡି ତଥା ତାଙ୍କ ପତ୍ନୀ ମେଲାନିଆ ମଧ୍ୟ ନୂଆଦିଲ୍ଲୀ ଓ ଅହମ୍ମଦାବାଦ ଗସ୍ତରେ ଆସିବେ ।
Comments are closed.