Latest Odisha News

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନକୁ ପାଣ୍ଠି ଅଟକାଇଲେ ରାଷ୍ଟ୍ରପତି ଟ୍ରମ୍ପ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁ ଏଚ ଓ) କରୋନା ଭାଇରସର ମାରାତ୍ମକତାକୁ ଲୁଚାଇ ରଖିବା ଅଭିଯୋଗ କରିଛି ଆମେରିକା । ଏଥିପାଇଁ ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନକୁ ପାଣ୍ଠି ଯୋଗାଇବା ବନ୍ଦ କରିଥିବା ଆମେରିକା ଘୋଷଣା କରିଛି।

ଏକ ବକ୍ତବ୍ୟରେ ଟ୍ରମ୍ପ କହିଛନ୍ତି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହାର ମୌଳିକ କର୍ତ୍ତବ୍ୟ କରିବାରେ ବିଫଳ ହୋଇଛି ।

ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ ଜୀବନ ରକ୍ଷା କରିବା ପରିବର୍ତ୍ତେ କରୋନା ସମ୍ପର୍କିତ ଚୀନ ଦେଉଥିବା ତଥ୍ୟ ସପକ୍ଷରେ ବିଶ୍ବ ସ୍ୱାସ୍ଥ୍ୟ ସଙ୍ଗଠନ ସମର୍ଥନ କରିଥିବା ଟ୍ରମ୍ପ ଯୁକ୍ତି ବାଢିଛନ୍ତି ।

ନିକଟରେ ଟ୍ରମ୍ପ ଜାତିସଂଘର ସ୍ୱାସ୍ଥ୍ୟ ଏଜେନ୍ସିକୁ ମଧ୍ୟ “ଚୀନ୍-କେନ୍ଦ୍ରିକ” ବୋଲି କହିଥିଲେ।

ଆମେରିକା ପ୍ରାୟ ୧୫ ପ୍ରତିଶତ ସହ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପାଣ୍ଠିର ସର୍ବାଧିକ ଯୋଗଦାନକାରୀ ଅଟେ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସସ୍ ଚୀନ୍‌ର ଦାବିକୁ ଯାଞ୍ଚ ନକରିବା ଏବଂ ଚୀନ୍‌ର ମିଥ୍ୟାକୁ ଘୋଡାଉ ଥିବା ଅଭିଯୋଗ ହୋଇଛି। ଟେଡ୍ରୋସଙ୍କ ଇସ୍ତଫା ପାଇଁ Change.org ରେ ଏକ ଅନଲାଇନ୍ ଆବେଦନ ହୋଇଛି ।

ଟ୍ରମ୍ପ କହିଛନ୍ତି ଯେ, ଅନେକ ଦେଶ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର କଥାକୁ ବିଶ୍ୱାସ କରିଥିଲେ ଯେଉଁଥିପାଇଁ ବର୍ତ୍ତମାନ ସେମାନଙ୍କୁ ଏହି ଦୁର୍ଦ୍ଦଶା ଭୋଗିବାକୁ ପଡୁଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଭୁଲ ତଥ୍ୟ ଏବଂ ମୃତ୍ୟୁହାରକୁ ନେଇ ସମଗ୍ର ବିଶ୍ୱ ସମସ୍ତ ପ୍ରକାର ମିଥ୍ୟା ସୂଚନା ପାଇଛି।

ନିକଟରେ ଜାପାନର ଉପ-ପ୍ରଧାନମନ୍ତ୍ରୀ ମଧ୍ୟ କହିଥିଲେ ଯେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ନାମ “ଚାଇନାର ସ୍ୱାସ୍ଥ୍ୟ ସଂଗଠନ” ରଖାଯିବା ଉଚିତ୍ ।

Comments are closed.