Latest Odisha News

BREAKING NEWS

ବଢ଼ିଲା ଲକଡାଉନ କମିଲା ଚାହିଦା; କ’ଣ ରହିଛି ପେଟ୍ରୋଲ ଡିଜେଲ ଦର

ନୂଆଦିଲ୍ଲୀ: କରୋନାଭାଇରସ ବିସ୍ତାରକୁ ଦୃଷ୍ଟିରେ ରଖି ସାରାଦେଶରେ ଲକଡାଉନର ଅବଧିକୁ ଆସନ୍ତା ମେ ମାସ ୩ ତାରିଖ ଯାଏଁ ବୃଦ୍ଧି କରାଯାଇଛି । ଲକଡାଉନ ଯୋଗୁଁ ଅତି ଆବଶ୍ୟକ କାମ ଛଡା ଜନସାଧାରଣ ଘରୁ ନ ବାହାରିବା ପାଇଁ ସରକାର କଡା ନିର୍ଦ୍ଦେଶ ଦେଇଛନ୍ତି । ଲୋକ ଘରେ ରହୁଥିବା କାରଣରୁ ପେଟ୍ରୋଲ ଓ ଡିଜେଲର ଚାହିଦା ମଧ୍ୟ କମିବାରେ ଲାଗିଛି ।

BjdElectrycity

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଏପ୍ରିଲ ମାସରେ ଇନ୍ଧନର ଚାହିଦା ୬୬% ରୁ ଅଧିକ ହ୍ରାସ ପାଇବାକୁ ଥିବା ଆକଳନ କରାଯାଉଛି।

ଏପ୍ରିଲ ମାସରେ ଡିଜେଲ ଏବଂ ପେଟ୍ରୋଲର ଚାହିଦା ୬୬% ହ୍ରାସ ପାଇବାକୁ ଥିବାବେଳେ ବିମାନ ଉଡାଣ ବନ୍ଦ ଥିବା ଯୋଗୁଁ ଏଟିଏଫ ଚାହିଦା ପ୍ରାୟ ୯୦% ହ୍ରାସ ପାଇଛି।

ଏକ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ମାର୍ଚ୍ଚ ମାସରେ ଦେଶରେ ଇନ୍ଧନ ବ୍ୟବହାରରେ ସର୍ବାଧିକ ହ୍ରାସ ଘଟିଥିବା ରିପୋର୍ଟରେ ପ୍ରକାଶ ।

କେଉଁ ସହରରେ କେତେ ରହିଛି ଦର, ଜାଣନ୍ତୁ

ଦିଲ୍ଲୀ:ପେଟ୍ରୋଲ-୬୯.୬୯ , ଡିଜେଲ-୬୨.୨୯

ମୁମ୍ବାଇ:ପେଟ୍ରୋଲ- ୭୫.୩୦, ଡିଜେଲ-୬୫.୨୧

କଲିକତା: ପେଟ୍ରୋଲ- ୭୩.୩୦, ଡିଜେଲ-୬୫.୬୨

ଚେନ୍ନାଇ: ପେଟ୍ରୋଲ- ୭୨.୨୮ , ଡିଜେଲ-୬୫.୭୧

ଭୁବନେଶ୍ୱର:ପେଟ୍ରୋଲ- ୬୮.୫୮, ଡିଜେଲ-୬୬.୬୯

Leave A Reply

Your email address will not be published.