Latest Odisha News

BREAKING NEWS

ହ୍ୱାଇଟ୍ ହାଉସ ଷ୍ଟାଫଙ୍କୁ ପ୍ରଥମେ ମିଳିବନି କରୋନା ଟିକା: ଟ୍ରମ୍ପ

ଓ୍ୱାଶିଂଟନ୍: ଆମେରିକାରେ ଆରମ୍ଭ ହୋଇଛି କରୋନା ଟିକାକରଣ ପ୍ରକ୍ରିୟା । ଫାଇଜରକୁ ଜରୁରିକାଳୀନ ବ୍ୟବହାର ଅନୁମତି ମିଳିଛି । ତେବେ ହ୍ୱାଇଟ୍ ହାଉସ୍ ଷ୍ଟାଫଙ୍କୁ ପ୍ରଥମେ ଟିକା ମିଳିବ ନାହିଁ । ଏକଥା କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ହ୍ୱାଇଟ୍ ହାଉସ୍ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପ୍ରଥମେ କେବଳ ରାଷ୍ଟ୍ରପତିଙ୍କ ପାଖରେ କାମ କରୁଥିବା ଲୋକଙ୍କୁ ଟିକା ଦିଆଯିବ ।

ପରେ ହ୍ୱାଇଟହାଉସରେ କାର୍ଯ୍ୟରତ ଅନ୍ୟ କର୍ମଚାରୀଙ୍କୁ ମିଳିବ କରୋନା ଟିକା । ଏବେ ଆମେରିକାର ସମସ୍ତ ସରକାରୀ ହସ୍ପିଟାଲରେ ସରକାର ଫାଇଜର ଟିକା ପହଞ୍ଚାଉଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ୩୦ଲକ୍ଷ ଡୋଜ୍ ପଠାଇବାକୁ ଲକ୍ଷ୍ୟ ରଖାଯାଇଛି । ନିକଟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ, ସବୁ ଆମେରିକାବାସୀଙ୍କୁ ମାଗଣାରେ ଟିକା ଦିଆଯିବ ।

ଆମେରିକାରେ କରୋନାରେ ୧କୋଟି ୬୦ ଲକ୍ଷ ଲକୋ ସଂକ୍ରିତ ହେଲେଣି । ମହାମାରୀ ନେଲାଣି ୨ଲକ୍ଷ ୯୯ ହଜାର ଲୋକଙ୍କ ଜୀବନ । ଏଭଳି ସ୍ଥିତିରେ ଫାଇଜର ଟିକାକୁ ଅସ୍ତ୍ର କରି କରୋନାକୁ ନିପାତ କରିବାକୁ ଆଗେଇ ଆସିଛି ଆମେରିକା ।

Leave A Reply

Your email address will not be published.