Latest Odisha News

BREAKING NEWS

ନିର୍ବାଚନ ପରେ ଆର୍ଥିକ ସଙ୍କଟରେ କମଲା ହାରିସ୍‌, ସହାୟତା କରିବେ କି ଟ୍ରମ୍ପ ?

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପରେ ଆର୍ଥିକ ସଙ୍କଟରେ ଯୁଝୁଛନ୍ତି କମଲା ହାରିସ୍‌। କମଲା ହାରିସ୍‌ଙ୍କ ଉପରେ ରହିଛି ୨୦ ମିଲିୟନ ଡଲାରର ଋଣ। ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ନିର୍ବାଚନ ପ୍ରଚାରରେ କମଲା ହାରିସ୍ ଖର୍ଚ୍ଚ କରିବା ପରେ ଏବେ ସେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ଏହାକୁ ଦେଖି ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସମର୍ଥକଙ୍କଠାରୁ ସାହାଯ୍ୟ ଲୋଡିଛନ୍ତି।

ଡେମୋକ୍ରାଟମାନଙ୍କୁ ଅର୍ଥ ଦାନ କରିବାକୁ ସେ ସମର୍ଥକମାନଙ୍କୁ ଅନୁରୋଧ କରିଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ଟ୍ରମ୍ପ କହିଛନ୍ତି ଯେ ଡେମୋକ୍ରାଟଙ୍କ ପାଖରେ ଅଧିକ ଅର୍ଥ ଆଉ ବାକି ନାହିଁ। ପଲିଟିକୋର କାଲିଫର୍ନିଆ ବ୍ୟୁରୋ ମୁଖ୍ୟ କ୍ରିଷ୍ଟୋଫର କାଡେଲାଗୋ କହିଛନ୍ତି ଯେ କମଲା ହାରିସ୍‌ଙ୍କ ପ୍ରଚାରରେ ୨୦ ମିଲିୟନ ଡଲାର ଖର୍ଚ୍ଚ ହୋଇଛି। ମୁଁ ଆଶ୍ଚର୍ଯ୍ୟ ହେଉଛି ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ​​କଠିନ ଏବଂ ସାହସର ସହ ସଂଗ୍ରାମ କରି ରେକର୍ଡ ଦାନ ସଂଗ୍ରହ କରିଥିବା ଡେମୋକ୍ରାଟଙ୍କ ପାଖରେ କିପରି ଆଉ ଅଧିକ ଅର୍ଥ ବାକି ନାହିଁ ବୋଲି ସେ କହିଛନ୍ତି।

ନଭେମ୍ବର ୫ରେ ଅନୁଷ୍ଠିତ ନିର୍ବାଚନରେ ଉପରାଷ୍ଟ୍ରପତି କମଲା ହାରିସ୍ ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଥିଲେ। ଟ୍ରମ୍ପଙ୍କଠାରୁ ପରାଜିତ ହୋଇଥିବା କମଲା ହାରିସ୍ ପାଣ୍ଠି ସଂଗ୍ରହର ସମସ୍ତ ରେକର୍ଡ ଭାଙ୍ଗିଛନ୍ତି। ଫେଡେରାଲ୍ ନିର୍ବାଚନ ଆୟୋଗର ତଥ୍ୟ ଅନୁଯାୟୀ କମଲା ହାରିସ୍‌ଙ୍କ ନିର୍ବାଚନ ପ୍ରଚାର ଏବଂ ତାଙ୍କ ସୁପର ପ୍ରାକ୍ସ ଗୁଡିକ ଦ୍ବାରା ୨.୩ ବିଲିୟନ ଡ଼ଲାର ସଂଗ୍ରହ କରାଯାଇଥିଲା। ୧.୯ ବିଲିୟନ ଡ଼ଲାର୍ ଖର୍ଚ୍ଚ କରିଛନ୍ତି। ଅନ୍ୟପକ୍ଷରେ ଟ୍ରମ୍ପଙ୍କ ଦଳ ୧.୮ବିଲିୟନ ଆମେରିକୀୟ ଡଲାରରୁ ଅଧିକ ସଂଗ୍ରହ କରି ୧.୬ ବିଲିୟନ ଡ଼ଲାର ଖର୍ଚ୍ଚ କରିଥିଲା। କମଲା ହାରିସ୍‌ଙ୍କ ନିର୍ବାଚନ ପ୍ରଚାରରେ ଅଂଶଗ୍ରହଣ କରିଥିବା ଅଜୟ ଜୈନ ଭୁଟୋରିଆ କହିଛନ୍ତି ଯେ ଏକ ବିଲିୟନ ଆମେରିକୀୟ ଡଲାରରୁ ଅଧିକ ଅର୍ଥ ସଂଗ୍ରହ ତଥା ଖର୍ଚ୍ଚ କରିବା ସତ୍ତ୍ବେ କମଲା ହାରିସ୍‌ଙ୍କ ୨୦୨୪ ନିର୍ବାଚନ ସ୍ୱର ଭୋଟରଙ୍କ ନିକଟରେ ପହଞ୍ଚିବାରେ ବିଫଳ ହୋଇଥିଲା।

Comments are closed.