ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶପଥ ଗ୍ରହଣ କରିବା ପରଠାରୁ ମଧ୍ୟପ୍ରାଚ୍ୟ ଏବଂ ୟୁରୋପରେ ଚାଲିଥିବା ଯୁଦ୍ଧ ଶେଷ କରିବା ନେଇ ଗୁରୁତ୍ବାରୋପ କରୁଛନ୍ତି।
ସେ କହିଛନ୍ତି ଯେ ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଲାଗୁଛି ଯେ ତୃତୀୟ ବିଶ୍ୱଯୁଦ୍ଧ ବେଶୀ ଦୂର ନୁହେଁ। କିନ୍ତୁ ମୋ ପାଖରେ ବିଶ୍ୱଯୁଦ୍ଧ ବନ୍ଦ କରିବାର ଯୋଜନା ଅଛି।
ରିପୋର୍ଟ ଅନୁଯାୟୀ, ମିଆମିରେ ଏକ ସଭାକୁ ସମ୍ବୋଧିତ କରିବା ସମୟରେ ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ଆମେ ସାରା ବିଶ୍ୱରେ ଚାଲିଥିବା ଯୁଦ୍ଧକୁ ସମାପ୍ତ କରିବୁ ଏବଂ ବିଶ୍ୱରେ ଶାନ୍ତି ଫେରାଇ ଆଣିବା ଦିଗରେ ଆଗକୁ ବଢ଼ୁଛୁ। ଆମେ ଚାହୁଁନୁ ଯୁଦ୍ଧରେ ଆଉ କାହାର ଜୀବନ ନଯାଉ। ସେ ଆହୁରି ମଧ୍ଯ କହିଛନ୍ତି ଯେ ଯଦି ଆମେ ମଧ୍ୟପ୍ରାଚ୍ୟ ଏବଂ ୟୁକ୍ରେନରେ ମୃତ୍ୟୁ ସଂଖ୍ଯା ଦେଖିବା ତାହେଲେ ତୃତୀୟ ବିଶ୍ୱଯୁଦ୍ଧ ବେଶୀ ଦୂର ନୁହେଁ।
ଯଦି ବାଇଡେନ ଆଉ ଗୋଟିଏ ବର୍ଷ ଶାସନ କରିଥାନ୍ତେ ତେବେ ସାରା ଦୁନିଆ ନିଶ୍ଚିତ ତୃତୀୟ ବିଶ୍ୱଯୁଦ୍ଧ ଦେଖିଥାନ୍ତା। କିନ୍ତୁ ଏବେ ମୁଁ ଆମେରିକାର ରାଷ୍ଟ୍ରପତି ହୋଇଥିବାରୁ ଏପରି କିଛି ହେବ ନାହିଁ।
ଅପରପକ୍ଷରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ ସୋସିଆଲ ମିଡିଆରେ ୟୁକ୍ରେନ ରାଷ୍ଟ୍ରପତିଙ୍କୁ ସମାଲୋଚନା କରିଛନ୍ତି। ସେ ଜେଲେନସ୍କିଙ୍କୁ ଜଣେ ହାସ୍ୟାଭିନେତା ଭାବରେ ବର୍ଣ୍ଣନା କରିଥିଲେ। ଏପରିକି ଜେଲେନସ୍କି ବିନା କୌଣସି ନିର୍ବାଚନରେ କ୍ଷମତାରେ ଥିବା ବେଳେ ସେ ଜଣେ ଏକଛତ୍ରବାଦୀ ଭଳି କାର୍ଯ୍ୟ କରୁଛନ୍ତି।
Comments are closed.