Latest Odisha News

କାନରେ ପଟି ବାନ୍ଧି ମଇଦାନକୁ ପୁଣି ଓହ୍ଲାଇଲେ ଟ୍ରମ୍ପ

ଓ୍ବାସିଙ୍ଗଟନ: ମରାଣତ୍ମକ ଆକ୍ରମଣ ପରେ ପୁଣି ମଇଦାନକୁ ଓହ୍ଲାଇଛନ୍ତି ଆମେରିକର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଜେ ଟ୍ରମ୍ପ । ହତ୍ୟା ଉଦ୍ୟମରୁ ବଞ୍ଚିବାର ଦୁଇ ଦିନ ପରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନ୍ ନ୍ୟାସନାଲ କନଭେକ୍ସନର ଉଦଘାଟନୀ ରାତିରେ ତାଙ୍କ ଡାହାଣ କାନରେ ଏକ ପଟି ବାନ୍ଧି ଯୋଗ ଦେଇଥିବାର ନଜର ଆସିଥିଲେ । ଟ୍ରମ୍ପଙ୍କ କମ୍ ବ୍ୟାକ ପରେ ତାଙ୍କୁ ମିଳିଥିଲା ଭବ୍ୟ ସ୍ବାଗତ ।

ତେବେ ଆୟାଜିତ ଏହି କାର୍ଯ୍ୟକ୍ରମରେ ଟ୍ରମ୍ପକୁ ବିଧିବଦ୍ଧ ଭାବରେ ରିପବ୍ଲିକାନ ଦଳ ପକ୍ଷରୁ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ପାର୍ଥୀ ଘୋଷଣା କରାଯାଇଥିଲା । ଯାହାର ନିର୍ବାଚନ ନଭେମ୍ବରରେ ହେବାକୁ ଯାଉଛି । ଯେଉଁଥିରେ ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ୍  ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ପ୍ରତିଯୋଗିତା ହେବ । ତେବେ ଏହି ରିପବ୍ଲିକାନ୍ ନ୍ୟାସନାଲ ଉଦ୍ଘାଟନୀ ରାତିରେ ଟ୍ରମ୍ପଙ୍କୁ ବିପକ୍ଷ ପାର୍ଥୀ ଘୋଷଣା କରିବା ପରେ ଆମେରିକାର ସଙ୍ଗୀତଜ୍ଞ ଲି ଗ୍ରୀନ ଉଡ୍ ଟ୍ରମ୍ପଙ୍କୁ ସମ୍ବର୍ଦ୍ଧନା ପୂର୍ବକ, ‘ଗର୍ଡ ବ୍ଲେସ୍ ଦ ୟୁଏସଏ’ ସଙ୍ଗୀତ ଗାନ କରିଥିଲେ । ଯେଉଁଥିରେ ମନ୍ତ୍ରମୁଗ୍ଧକର ହୋଇଉଠିଥିଲା ପୂରା କନଭେନସନ୍ ।

ସୂଚନାଯୋଗ୍ୟ, ପେନସିଲଭାନିଆରେ ଡୋନାଲ୍ଡ ଟ୍ରମ୍ପ ନିର୍ବାଚନୀ ପ୍ରଚାର କରୁଥିଲେ। ପ୍ରଚାର ସମୟରେ ଜନତାଙ୍କୁ ସମ୍ବୋଧନ କରୁଥିବା ବେଳେ ହଠାତ ଡୋନାଲ୍ଡ ଟ୍ରମ୍ପଙ୍କ ଉପରକୁ ଗୁଳିମାଡ ହୋଇଥିଲା। ଗୁଳିମାଡ ପରେ ଟ୍ରମ୍ପ ପୋଡିୟମ ତଳେ ବସିପଡିଥିଲେ। ସେପଟେ ଟ୍ରମ୍ପଙ୍କ ସିକ୍ୟୁରିଟି ଗାର୍ଡ ତାଙ୍କୁ ସଙ୍ଗେ ସଙ୍ଗେ ଘେରି ନେଇଥିଲେ। ତେବେ ଟ୍ରମ୍ପଙ୍କ କାନ ଓ ଗାଲରେ ରକ୍ତ ଛିଟା ଲାଗିଥିବା ବେଳେ ତାଙ୍କ କାନରେ ଗୁଳି ବାଜିଥିବା ସନ୍ଦେହ କରାଯାଉଛି। ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ବର୍ତ୍ତମାନ ସେ ବିପଦମୁକ୍ତ। ବର୍ତ୍ତମାନ ଏଫବିଆଇ ଏହି ଘଟଣାର ତଦନ୍ତ କରୁଛି। ତେବେ ଏହି ଗୁଳି କାଣ୍ଡ ପରେ ପ୍ରଥମ ଥର ପାଇଁ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଟ୍ରମ୍ପ ।

Comments are closed.