ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡରେ ବିଶ୍ୱ ଅର୍ଥନୈତିକ ଫୋରମରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ତାଙ୍କର ସ୍ୱତନ୍ତ୍ର ବିମାନ ଏୟାର ଫୋର୍ସ ୱାନ ହଠାତ୍ ୟୁ-ଟର୍ଣ୍ଣ କରିବାରୁ ସେ କାର୍ଯ୍ୟକ୍ରମରେ ଯୋଗ ଦେଇପାରିନଥିଲେ।
ଉଡ଼ାଣ ଭରିବା ପୂର୍ବରୁ ଏକ ବାର୍ତ୍ତା ମିଳିଥିଲା। ଯାହା ଫଳରେ ବିମାନଟି ହଠାତ୍ ୟୁ-ଟର୍ଣ୍ଣ ନେଇ ଜଏଣ୍ଟ ବେସ୍ ଆଣ୍ଡ୍ରୁଜ୍ କୁ ଫେରି ଆସିଥିଲା।
ରିପୋର୍ଟ ଅନୁଯାୟୀ, ବିମାନର କର୍ମଚାରୀମାନେ ଉଡ଼ାଣ ସମୟରେ ଏକ ଛୋଟ ଯାନ୍ତ୍ରିକ ତ୍ରୁଟି ରିପୋର୍ଟ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଏହା ସମ୍ଭବତଃ ଏକ ବୈଦ୍ୟୁତିକ ସମସ୍ୟା ଥିଲା ତେଣୁ ସୁରକ୍ଷା କାରଣରୁ ବିମାନକୁ ଫେରାଇ ଦିଆଯାଇଥିଲା। ମଙ୍ଗଳବାର ରାତିରେ ଆମେରିକାର ଏକ ସରକାରୀ କାଫଲା ମେରିଲ୍ୟାଣ୍ଡର ଜଏଣ୍ଟ ବେସ୍ ଆଣ୍ଡ୍ରୁଜକୁ ଯାଉଥିବାର ଦେଖାଯାଇଥିଲା। ଯାହାକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା ସୃଷ୍ଟି ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ହ୍ୱାଇଟ୍ ହାଉସର ଜଣେ ମୁଖପାତ୍ର ସ୍ପଷ୍ଟ ସୂଚନା ରଖିଥିଲେ।
ହ୍ୱାଇଟ୍ ହାଉସର ପ୍ରେସ୍ ସଚିବ କାରୋଲିନ୍ ଲେଭିଟ୍ କହିଛନ୍ତି ଯେ ଏୟାର ଫୋର୍ସ ୱାନ କ୍ରୁ ଏକ ଛୋଟ ବୈଦ୍ୟୁତିକ ତ୍ରୁଟି ରିପୋର୍ଟ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା।
Comments are closed.