Latest Odisha News

ଆମେରିକାର ନୂଆ ଟାରିଫ୍ ଲାଗୁ: ଟ୍ରମ୍ପଙ୍କ ଶୁଳ୍କ ନୀତି ନେଇ ବଢୁଛି ଟେନସନ

ନୂଆଦିଲ୍ଲୀ: ଆଜିଠୁ ଲାଗୁ ହେବ ଆମେରିକାର ନୂଆ ଟାରିଫ। ତୀବ୍ର ହେଲା ଆମେରିକା-ଚୀନ ଶୁଳ୍କ ଯୁଦ୍ଧ। ଟ୍ରମ୍ପଙ୍କ ଶୁଳ୍କ ନୀତି ନେଇ ବଢୁଛି ଟେନସନ
। ଚୀନ ଉପରେ ଆମେରିକା ଲଗାଇଲା ୧୦୪ ପ୍ରତିଶତ ଶୁଳ୍କ। ଆଜିଠୁ ଏହି ଶୁଳ୍କ ବିଧିବଦ୍ଧ ଭାବେ ଲାଗୁ ହେବ।

ଚୀନ ପାଲଟା ୩୪ ପ୍ରତିଶତ ଶୁଳ୍କ ପ୍ରତ୍ୟାହାର ନକରିବାକୁ ଆମେରିକା ଅତିରିକ୍ତ ୫୦ ପ୍ରତିଶତ ଶୁଳ୍କ ଲଗାଇବ ବୋଲି ଧମକ ଦେଇଥିଲା। ତେବେ ଚୀନ ଶୁଳ୍କ ପ୍ରତ୍ୟାହାର ନକରିବାରୁ ଟ୍ରମ୍ପ ଚରମ ନିଷ୍ପତ୍ତି ନେଇଛନ୍ତି। ବେଜିଂ ଉପରେ ମୋଟ ୧୦୪ ପ୍ରତିଶତ ଶୁଳ୍କ ଲଗାଇଛନ୍ତି। ଏହା ପରେ ବିଶ୍ବରେ ବାଣିଜ୍ୟ ଯୁଦ୍ଧର ବିଗୁଲ ବାଜିଛି।

ଚୀନ ଆମେରିକା ମଧ୍ୟରେ ଅସ୍ତ୍ରଶସ୍ତ୍ର ଯୁଦ୍ଧକୁ ନେଇ ଯେତିକି ଆଶଙ୍କା ଦେଖାଯାଇନି ଯେତିକି ଏବେ ଟ୍ରେଡ୍‌ ୱାରକୁ ନେଇ ଦେଖାଦେଲାଣି । ଆମେରିକାର ରେସିପ୍ରୋକାଲ ଟାରିଫ ପାଇଁ ଯେଉଁଠି ସାରା ବିଶ୍ବ ଆତଙ୍କିତ ଅବସ୍ଥାରେ ରହିଛି ସେଠି ପାଲଟା ଶୁଳ୍କର ପାଲଟା ଜବାବ ଦେଉଛି ଚୀନ। ଅନ୍ୟପଟେ ଭାରତକୁ ନେଇ ବିଶେଷଜ୍ଞଙ୍କ ଆକଳନ ଆଶ୍ବସ୍ତି ଦେଉଛି। ଟ୍ରମ୍ପଙ୍କ ଟାରିଫ ଭାରତୀୟ ଅର୍ଥନୀତିରେ ବିଶେଷ ପ୍ରଭାବ ପଡିବନି ବୋଲି ମତାମତ ରଖିଛନ୍ତି ବଜାର ବିଶେଷଜ୍ଞ। ସୋମବାର ସେୟାର ମାର୍କେଟରେ ଜବରଦସ୍ତ ଝଟକା ଲାଗିବାରେ ପରେ ମଙ୍ଗଳବାର ସାମାନ୍ୟ ଆଶ୍ବସ୍ତି ମିଳିଛି। ଉଭୟ ସେନସେକ୍ସ ଓ ନିଫଟିରେ ସୁଧାର ଆସିଛି ଯାହା ନିବେଶକଙ୍କ ଚିନ୍ତାକୁ କମ କରିଛି ।

 

Comments are closed.