ୱାଶିଂଟନ: ଡୋନାଲ୍ଟ ଟ୍ରମ୍ପଙ୍କ ପାଇଁ ବଢ଼ୁଛି ଗୋଟିଏ ପରେ ଗୋଟିଏ ଅଡୁଆ । ଆମେରିକାରେ କିଏ ହେବ ନୂଆ ରାଷ୍ଟ୍ରପତି ତାକୁ ନେଇ ସସ୍ପେନ୍ସ ଜାରି ରହିଛି । ଏହାରି ଭିତରେ ଜୋ ବାଇଡେନ୍ଙ୍କୁ ହାଇସ ସ୍ପିକର ରାଷ୍ଟ୍ରପତି ଘୋଷଣା କରିଛନ୍ତି । ଏହି ଘୋଷଣା ପରେ ଟ୍ରମ୍ପ କେବଳ ଯେ ରାଷ୍ଟ୍ରପତି ପଦରୁ ବିଦା ହେବା ଅଶଙ୍କା ଦେଖାଦେଇଛି ତାହା ନୁହେଁ ସେ ଟ୍ୱିଟର ପକ୍ଷରୁ ଦିଆଯାଉଥିବା ଭିଭିଆଇପି ସୁବିଧାରୁ ମଧ୍ୟ ବଂଚିତ ହେବେ ।
ଟ୍ୱିଟର ପଲିସି ଅନୁଯାୟୀ ଅଢେଇ ଲକ୍ଷ୍ୟରୁ ଅଧିକ ଫଲୋଅର୍ସ ଥିବା ବ୍ୟକ୍ତି ବିଶେଷଙ୍କୁ କମ୍ପାନୀ ପକ୍ଷରୁ ବ୍ୟାପକ ସୁବିଧା ସୁଯୋଗ ସହିତ ସାଇବର ସୁରକ୍ଷା ଯୋଗାଇ ଦିଆଯାଇଥାଏ । ଗଲା ଏକ ସପ୍ତାହ ମଧ୍ୟରେ ଟ୍ରମ୍ପଙ୍କର ପ୍ରାୟ ୧୨ଟି ଟ୍ୱିଟ ଗଣତାନ୍ତ୍ରୀକ ପ୍ରକ୍ରିୟାରେ ସନ୍ଦେହ ଘେରରେ ରହିଛି କିନ୍ତୁ ଟ୍ୱିଟର ଏହାକୁ ହଟାଇ ନାହିଁ ।
ଟ୍ୱିଟର କହିବା ଅନୁଯାୟୀ, ଏହି ନିୟମ ପୂର୍ବତନ ନିର୍ବାଚିତ ପ୍ରତିନିଧତଙ୍କ କ୍ଷେତ୍ରରେ ଲାଗୁ ହୁଏ ନାହିଁ କିନ୍ତୁ ଟ୍ରମ୍ପ ବାରମ୍ବାର ନିୟମ ଉଲ୍ଲଂଘନ କରୁଥିବାରୁ ଏହି ପଦକ୍ଷେପ ନେଇଛି କମ୍ପାନୀ । ଅନେକ ସମୟରେ ଜନସାଧାରଣ ଭାବନ୍ତି କି ସେମାନେ ନିର୍ବାଚିତ କରୁଥିବା ନେତା, ଅଧିକାରୀ ପ୍ରତିନିଧି କୌଣସି ଘଟଣାକ୍ରମକୁ ନେଇ କିଭଳି ସ୍ପଷ୍ଟିକରଣ ଦିଅନ୍ତି । ତେଣୁ ସେ ଦୃଷ୍ଟିରୁ ଦେଖିବାକୁ ଗଲେ ନିର୍ବାଚିତ ପ୍ରତିନିଧି କିଭଳି ଭାବେ ଏହାକୁ ବ୍ୟବହାର କରୁଛନ୍ତି ସେଥିପ୍ରତି କମ୍ପାନୀ ଦୃଷ୍ଟି ଦିଏ । ତେଣୁ ଟ୍ରମ୍ପଙ୍କ କ୍ଷେତ୍ରରେ ମଧ୍ୟ ସମାନ ପଦକ୍ଷେପ ଗ୍ରହଣ କରାଯିବାକୁ ଚେତାବନୀ ଦେଇଛି ଟ୍ୱିଟର ।
ଏହାରି ଭିତରେ ଅନେକ ସାଂସଦ ଏବଂ ମାନବାଧିକାର ସମୂହ ଟ୍ରମ୍ପଙ୍କ ଆକାଉଣ୍ଟକୁ ବ୍ୟାନ କରିବା ପାଇଁ ଦାବି କରିଛନ୍ତି । ବୁଧବାର ଭର୍ଜିନିଆର ଜଣେ ଡେମୋକ୍ରେଟିକ ନେତା ଟ୍ରମ୍ପଙ୍କ ଟ୍ୱିଟକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଟ୍ରମ୍ପଙ୍କ ଆକାଉଣ୍ଟ ବନ୍ଦ କରିବା ପାଇଁ ଟ୍ୱିଟ କରି ଟ୍ୱିଟରକୁ ଅନୁରୋଧ କରିଛନ୍ତି।
ଗୁରୁବାର ଆମେରିକା ନାଗରିକ ସୁରକ୍ଷା ପରିଷଦ ମିଛ ଏବଂ ଭୁଲ ଖବର ପ୍ରସାରଣକୁ ବନ୍ଦ କରିବା ପାଇଁ ଟ୍ରମ୍ପଙ୍କ ଆକାଉଣ୍ଟ ତୁରନ୍ତ ବ୍ୟାନ୍ କରିବାକୁ ଟ୍ୱିଟରର ସିଇଓଙ୍କୁ ଚିଠି ଲେଖିଛନ୍ତି । ତେବେ ଏ ସମ୍ବନ୍ଧୀୟ ଚିଠି ମିଳିଛି ଏବଂ ଖୁବ ଶୀଘ୍ର ବିଚାର କରାଯାଇ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଟ୍ୱିଟରର ଜଣେ ମୁଖପାତ୍ର ସୂଚନା ଦେଇଛନ୍ତି ।
Comments are closed.