Latest Odisha News

କେତେ ସତ କେତେ ମିଛ ? 5G ସାଜିଛି କରୋନାଭାଇରସ୍ ର ମାଧ୍ୟମ !

ଭୁବନେଶ୍ୱର: କରୋନାଭାଇରସ୍‌କୁ ନେଇ ବିଭିନ୍ନ ପ୍ରକାର ସିଦ୍ଧାନ୍ତ ଲୋକଙ୍କ ମନରେ ଘୁରି ବୁଲୁଛି । କିଛି ଏହାକୁ ଚାଇନାର ବାୟୋଲଜିକାଲ୍ ହତିଆର ତ ଆଉ କିଛି କହୁଛନ୍ତି 5G ପାଇଁ ଏହା ଉତ୍ପନ୍ନ ହୋଇଛି ।

BjdElectrycity

ଦ ଗାର୍ଡିଆନ୍‌ର ରିପୋର୍ଟ ଅନୁଯାୟୀ କିଛି ସ୍ଥାନରେ 5G ଷଡଯନ୍ତ୍ର ସିଦ୍ଧାନ୍ତ ଉପରେ ଲୋକେ ଅଧିକ ମାତ୍ରାରେ ବିଶ୍ୱାସ କରୁଛନ୍ତି । ବ୍ରିଟେନର କିଛି ଲୋକ ୭ରୁ ଅଧିକ ୫ଜି ମୋବାଇଲ୍ ଟାୱାରେ ନିଆଁ ଲଗାଇଦେଇଥିଲେ । ତା ଛଡା ବ୍ରୋଡ୍‌ବ୍ୟାଣ୍ଡ ଇଂଜିନିଅରଙ୍କୁ ହତ୍ୟା ଧମକ ଦେବାକୁ ବି ପଛାଉନାହାନ୍ତି ।

5G କୁ ୨୦୧୯ରେ ବଡ ଧରଣରେ ପରୀକ୍ଷଣ ଆରମ୍ଭ କରାଯାଇଥିଲା । ଏହାକୁ ନେଇ ଦୁଇ ପ୍ରକାର ଗୁଜବ ସୃଷ୍ଟି ହୋଇଥିଲା । ପ୍ରଥମତଃ ଏହା କୁଆଡେ ମଣିଷ ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ଦୁର୍ବଳ କରିଦିଏ । ଯାହାଦ୍ୱାରା ଏହା ଦ୍ୱାରା ଲୋକେ ଭାଇରସ ଦ୍ୱାରା ଶୀଘ୍ର ସଂକ୍ରମିତ ହୋଇଥାନ୍ତି । ଦ୍ୱିତୀୟତଃ 5G ସିଗନାଲ ପାଇଁ କରୋନାଭାଇରସ୍ ଅଧିକ ମାତ୍ରାରେ ସଂକ୍ରମିତ ହେବା ସହ ମହାମାରୀର ରୂପ ଧାରଣ କରିଛି ।

ବିବିସି ର ଏକ ରିପୋର୍ଟ ଅନୁଯାୟୀ ସେଲୁଲାର୍ ମାଇକ୍ରୋବାୟୋଲଜି ର ଆସୋସିଏଟ୍ ପ୍ରୋଫେସର ଡ.ସାଇମନ୍ କ୍ଲାର୍କ ଏଭଳି ମିଥ୍ୟା ଅପବାଦକୁ ଖଣ୍ଡନ କରିଛନ୍ତି । 5G ଯେ କରୋନାଭାଇରସ୍ ସହ ସଂପୃକ୍ତ, ଏ ନେଇ କୌଣସି ପ୍ରକାର ବଳିଷ୍ଠ ପ୍ରମାଣ ମିଳିନାହିଁ । ଅତଏବ ଏହା ଏକ ମିଥ୍ୟା ଗୁଜବ ମାତ୍ର ।

Leave A Reply

Your email address will not be published.