Latest Odisha News

BREAKING NEWS

କରୋନା ଆତଙ୍କ: ଆଇସିୟୁରେ ଭର୍ତ୍ତି ହେଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ

ଲଣ୍ଡନ: କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସ୍ୱାସ୍ଥ୍ୟ ଅବସ୍ଥ୍‌ା ଏବେ ଗମ୍ଭୀର ହୋଇ ପଡ଼ିଛି । ତାଙ୍କର ଜରୁରୀ ଚିକିତ୍ସା ଲାଗି ଆଇସିୟୁରେ ଭର୍ତ୍ତି କରାଯାଇଛି ।

ମାର୍ଚ୍ଚ ମାସରେ କରୋନା ଭୂତାଣୁ ଜନିିତ ସଂକ୍ରମଣ ଯୋଗୁଁ ସେ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିଲେ । ଗତକାଲି ରାତିରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ଘଟିବାରୁ ଲଣ୍ଡନର ସେଣ୍ଟ୍ ଥୋମାସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇ ଜରୁରୀ ଚିକିତ୍ସା କରାଯାଇଥିଲା ।

କରୋନା ରୋଗରୁ ଜଲଦି ମୁକ୍ତ ହେବା ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଏନେଇ ବ୍ରିଟେନ ପ୍ରଧାନମନ୍ତ୍ରୀ ଜନସନଙ୍କ ଉଦ୍ଦେଶ୍ୟରେ ଟ୍ୱିଟ୍ କରି ତାଙ୍କର ଆରୋଗ୍ୟ କାମନା କରିଛନ୍ତି ।

Leave A Reply

Your email address will not be published.